୫ ଲୁଟେରା ଗିରଫ

0

(ମନୋଜ କୁମାର ସାହୁ): ରାୟଗଡା ଥାନା ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ୫ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡା ପୋଲିସ । ସେମାନଙ୍କଠାରୁ ୮୪ ଗ୍ରାମର ସୁନା ଅଳଙ୍କାର ସହିତ ନଗଦ ୬ହଜାର ଟଙ୍କା ଜବତ କରିଯାଇଛି ।

ସୂଚନାଅନୁଯାୟୀ, ଗତ ୧୨ତାରିଖରେ ସାଇପ୍ରିୟା ନଗର ଦ୍ୱିତୀୟ ଲାଇନର ଚିନ୍ନାରୀ ଚନ୍ଦ୍ରଶେଖର ସୁବୁଦ୍ଧିଙ୍କ ଘରେ ଚୋରି ହୋଇଥିଲା । ତାଙ୍କର ଏତଲା କ୍ରମେ ପୋଲିସ ଘଟଣାର ତଦନ୍ତ କରି ଗତକାଲି ୫ଜଣଙ୍କୁ ଗିରଫ କରିଛି । ୫ଜଣ ଚୋରଙ୍କ ସହ ଚୋରି ସୁନା କିଣିଥିବା ବ୍ୟକ୍ତି ମଧ୍ୟ ଗିରଫ ହୋଇଥିବା ରାୟଗଡା ଏସଡିପିଓ ରାଜ କିଶୋର ଦାସ ପ୍ରକାଶ କରିଛନ୍ତି ।