ଠକ୍କର ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

0

(ମନୋଜ ସାହୁ) : ରାୟଗଡ଼ ସହରର କପିଳାସ ଛକ ନିକଟରେ ଥିବା ଠକ୍କର ପେଟ୍ରୋଲ ପମ୍ପ ନାଁ ରେ ଠକେଇ ଅଭିେଯୋଗ । ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୋଲମା ଗ୍ରାମର ଯୋଗେନ୍ଦ୍ର ତାରକା ଏହି ଅଭିଯୋଗ ଆଣିଛନ୍ତି । ସେ ୧୦ ଲିଟେରିଆ ଜାରକିନ୍ରେ ପେଟ୍ରୋଲ ନେବା ପାଇଁ ଯାଇଥିଲେ । ହେଲେ ପେଟ୍ରୋଲ ପମ୍ପରେ ତାଙ୍କୁ ୧୦ ଲିଟର ବଦଳରେ ୮ ଲିଟର ପେଟ୍ରୋଲ ଦେଇ ୧୦ ଲିଟରର ପଇସା ମାଗିଥିବାର ସେ କହିଛନ୍ତି । ଏନେଇ ପେଟ୍ରାଲ ପକାଉଥିବା ପିଲାକୁ ସେ ପଚାରି ଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଘଟଣା ସ୍ଥଳରେ ସମ୍ବାଦିକମାନେ ପହଞ୍ଚି ଏହି ବିଷୟରେ ଜିଲ୍ଲାର ଯୋଗାଣ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଅତିରିକ୍ତ ଖାଉଟି ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଓ, ଅତିରିକ୍ତ ଖାଉଟି ଯୋଗାଣ ଅଧିକାରୀ (ସହର)ବିଶ୍ୱନାଥ ସେନାପତି ଓ ସ୍କାର୍ଡ଼ ଇନିସପେକ୍ଟର ମନୋଜ କୁମାର ରଥ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।