ଓଡିଶା

ନୂଆପଡାରେ ପହଞ୍ଚିଲା ୩୬୦୦ ଡୋଜ କୋଭିଡ ଟୀକା

ନୂଆପଡା – ଆଜି ନୂଆପଡା ଜିଲ୍ଲାରେ କୋଭିଡ ଟୀକା ପହଞ୍ଚିଛି । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ଟୀକା ଗ୍ରହଣ କରିଛନ୍ତି । ଆଜି ପ୍ରାତଃ ୪ ଟା ବେଳେ କୋଭିଡ ଟୀକା ଭ୍ୟାନ ଜିଲ୍ଲା ଭେକ୍ସିନ ଷ୍ଟୋରରେ ପହଞ୍ଚିଛି । ଜିଲ୍ଲା ଟୀକା କେନ୍ଦ୍ର ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥ ତାକୁ ସୁରକ୍ଷିତ ରଖିବାବେଳେ ୩୬୦୦ ଡୋଜ ଟିକା ପହଞ୍ଚିଥିବା ସୂଚନା ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ଏହି ଟୀକା ମୁଖ୍ୟ ଚିକିତ୍ସାଳୟ, ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖଡିଆଳ ମିଶନ ଆଦି ଜିଲ୍ଲାର ତିନିଟି ଟିକାଦାନ କେନ୍ଦ୍ରକୁ ପହଞ୍ଚିବ ବ୍ୟବସ୍ଥା ଥିବା ପ୍ରକାଶ କରିଛନ୍ତି । ସେହିପରି ଖଡିଆଳ ଉପଖଣ୍ଡସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଭ୍ୟାକ୍ସିନ ଷ୍ଟୋର ରହିଥିବା ଜଣାପଡିଛି ।ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନ କରାଯିବ ।

Related posts

ଶ୍ରୀମନ୍ଦିରରେ ଫର୍ମ ପୂରଣ କରି ଦର୍ଶନ କରିବେ ଭକ୍ତ

Report

ଏନଟିପିସି କଣିହାଁ କୁ ଘାରିଲା କୋଇଲା ସଙ୍କଟ

Report

ଏଲଆଇସି ତରଫରୁ ଷ୍ଟୁଡେଣ୍ଟ ଅଫ ଦି ଇୟର ୨୦୧୯ ଅନୁଷ୍ଠିତ

Report

Leave a Comment