ଭୁବନେଶ୍ୱର : ଗାଡିଚାଳକଙ୍କୁ ମିଳିଲା ଆଶ୍ବସ୍ତି | ଆଉ ଟେନସନରେ ରହିବେନି ଗାଡିଚାଳକ | ହାଇକୋର୍ଟ ଶୁଣାଇଲେ ବଡ ନିଷ୍ପତି | ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ ।ଅର୍ଥାତ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବୃଦ୍ଧି ହୋଇଛି । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା ।ଆଜି ସରୁଥିବା ଡେଡଲାଇନ୍କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ।
ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ବସ୍ତ ହୋଇଥିବା ବେଳେ, ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କୁହାଯାଇଛି । ତେବେ ପୂର୍ବରୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା।
ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାସେ ଯାଏଁ ଘୁଞ୍ଚାଯାଇଛି।ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ, ନିଜ ଆଡୁ ସତ୍ୟପାଠ ଦାଖଲ କରିଥିଲେ ପରିବହନ କମିଶନର । ସେହିପରି ଏନିଷ୍ପତି ପରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି।