ଅପରାଧ

ନବ ବର୍ଷରେ ନବୀନଙ୍କ ନବକଳେବର

ଭୁବନେଶ୍ୱର/ସୁର୍ଜିତ ଧଳ: ନବୀନ ସରକାରର ନବକଳେବର ନବ ବର୍ଷରେ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ପ୍ରତି ପାଳିରେ ମନ୍ତ୍ରୀ ମଣ୍ଡଳ ଗଠନର ବର୍ଷେ କିମ୍ବା ଦେଢ ବର୍ଷ ମଧ୍ୟରେ ଦକ୍ଷତା ମାପ ଭିତ୍ତିରେ ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନ ରାଜ୍ୟବାସୀ ଦେଖିଥିବା ବେଳେ ୫ମ ପାଳିରେ କରୋନା ମହାମାରୀ ପାଇଁ ଏହା ସମ୍ଭବ ହୋଇ ପାରି ନ ଥିଲା । ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସ୍ୱାଭାବିକତା ଆସିଛି ।ଏଣୁ ମୁଖ୍ୟମନ୍ତ୍ରୀ ଆସନ୍ତା ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ସହିତ ବିଧାନସଭାର ବାଚସ୍ପତି ପଦରେ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳରେ ସାମାନ୍ୟ ଅଦଳ ବଦଳ ସହ କିଛି ମନ୍ତ୍ରୀଙ୍କ ପଦ ଯିବା ନେଇ ଚାଲିଛି ଚର୍ଚ୍ଚା । ଏଥିସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପଦରେ ହେବାକୁ ଯାଉଛି ପରିବର୍ତ୍ତନ ।

ଚଳିତ ମନ୍ତ୍ରୀମଣ୍ଡଳରେ ବହୁ ନୂଆ ଚେହେରାକୁ ନବୀନ ସ୍ଥାନ ଦେଇଥିବା ବେଳେ କିନ୍ତୁ ଅନେକଙ୍କ ମଧ୍ୟରେ ସାଂଗଠନକିକ କ୍ଷମତା ବା ବିଭାଗୀୟ ବ୍ୟାପାରରେ ସେଭଳି କୌଣସି ସକ୍ରିୟତା ଦେଖିବାକୁ ମିଳି ନାହିଁ । ତେଣୁ ଏପରି କିଛି ନିଷ୍କ୍ରୟ ମନ୍ତ୍ରୀଙ୍କ ହାତରୁ ସେମାନଙ୍କ ମନ୍ତ୍ରୀମଣ୍ଡଳ ଚାଲିଯିବା ସମ୍ଭାବନା ରହିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି, କ୍ରିଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନଥ ସାରକା, ହସ୍ତତନ୍ତ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ । ସେହିପରି ବିବାଦୀୟ ତାଲିକାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାମ ରହିଥିବାରୁ ମୁଖ୍ୟମନ୍ତ୍ରୀ ନିଜ ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଯାଇ ଏହି ଦୁଇ ଜଣଙ୍କୁ ଦଳରୁ ବହିଷ୍କାର କରିପାରନ୍ତି । ତେବେ ସବୁଠାରୁ ଅଧିକ ବିବାଦରେ ଅରୁଣ ସାହୁ ରହିଥିଲେ ମଧ୍ୟ ତୃତୀୟ ମହଲାର ବୋଲକରା ହୋଇଥିବାରୁ ତାଙ୍କ ପାଇଁ ବିପଦ ନ ଥିବା କୁହାଯାଉଛି । ସେହିପରି ଦଳର କିଛି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ପୁନଃ ମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତନ କରୁଥିବ।। ନେଇ ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ. ପ୍ରତାପ କେଶରୀ ଦେବ , ସୋମ୍ୟ ରଞ୍ଜନ ପଟ୍ଟନାୟକ ରହିଛନ୍ତି ।

ସେହିପରି ବାଚସ୍ପତିଙ୍କ ପଦରେ ପରିବର୍ତ୍ତନ ହୋଇପାରେ । କାରଣ ଦୀର୍ଘ ୧୫ ବର୍ଷ ଧରି ହିଞ୍ଜିଳିରେ ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବାବେଳେ ଗତ ୨ ଟି ସାଧାରଣ ନିର୍ବାଚନରେ ସେ ଦଳର ସାଙ୍ଗଠନିକ ବ୍ୟାପାର ସମ୍ଭାଳୁ ଥିଲେ । କିନ୍ତୁ ବର୍ତ୍ତମାନ ସେ କେଳେଙ୍କାରୀରେ ଜଡିତ ହୋଇ ଦଳରୁ ବହିଷ୍କୃତ ଓ ଗିରଫ ହୋଇ ଏବେ ଜେଲରେ । ତେଣୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଦାୟିତ୍ୱ କାହାକୁ ଦେବେ ? ତେବେ ବିଜେଡି ସୁପ୍ରିମୋ ନିଜ ଜିଲ୍ଲାର ଦାୟିତ୍ୱ ଜଣେ ବିଶ୍ୱାସୀ ବ୍ୟକ୍ତିଙ୍କୁ ଦେବାକୁ ନେଇଚର୍ଚ୍ଚା ହେଉଥିବା ବେଳେ ସୁପ୍ରିମୋ ଅଭିଜ୍ଞ ଓ ଚତୁର ରାଜନେତା ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦୀପଙ୍କ ସ୍ଥାନରେ ଦାୟିତ୍ୱ ଦେଇପାରନ୍ତି । ଯଦି ଏମିତି ହୁଏ, ତେବେ ବାଚସ୍ପତି ପଦ ସସଂଦୀୟ ବ୍ୟାପାର ମନ୍ତ୍ରୀ ଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ବିଶ୍ୱସ୍ଥ ଓ ବରିଷ୍ଠ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦିଆଯିବାକୁ ନେଇ ଆଲୋଚନା ହେଉଛି । ସେହିଭଳି ଗତ ଦେଢ ବର୍ଷ ହେବ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବା  ନେଇ ଆଲୋଚନା ଆରମ୍ଭ ହୋଇଛି ।

 

 

Related posts

ଦେଢ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

Report

କଲିମେଳା ବ୍ଲକ ଏମପିଭି-୨୪ ଗ୍ରାମରେ ମାଣ୍ଡିଆ ଓ କିରୋସିନ ତେଲରେ ଦୁର୍ନୀତି

Report

ବିଧାୟକଙ୍କ ଗାଡି ଜାଳିଲେ ଦୁବୃର୍ତ୍ତ

Report

Leave a Comment