ଘଟଗାଁ ତାରିଣୀରେ କୋହଳ ହେଲା କଟକଣା

ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଛି ଏହାକୁ ଦୃଷ୍ଟିରେ ରଖି ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କଟକଣା।

0

(ଘଟଗାଁ) : ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଛି ଏହାକୁ ଦୃଷ୍ଟିରେ ରଖି ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କଟକଣା। କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କୋହଳ ହେଲା କରୋନା ନିୟମ । ଆସନ୍ତାକାଲି (ମାର୍ଚ୍ଚ ୩) ରୁ ସମସ୍ତ ଭକ୍ତ ମା’ଙ୍କୁ ଦର୍ଶନ କରିପାରବେ ।

ସୂଚନାନୁଯାୟୀ , ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବୃଦ୍ଧ ବୃଦ୍ଧାମାନେ ମା’ଙ୍କ ଦର୍ଶନ ପାଇବାରୁ ବଂଚିତ ରହୁଥିଲେ। ସେମାନେ ମଧ୍ୟ ମା’ଙ୍କୁ ବୁଧବାର ଠାରୁ ଦର୍ଶନ କରିପାରିବେ । ତା ସହିତ ମା’ଙ୍କ ନିକଟରେ ଭୋଗ ମଧ୍ୟ ଲାଗିବାର ନିଷ୍ପତ୍ତି ନେଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।