ଦୁର୍ଘଟଣାର ୨୪ଘଣ୍ଟା ମଧ୍ୟରେ ହାଇସ୍ପିଡ ଟ୍ରେନର ମରାମତି

0

ମୁମ୍ବାଇ: ଗୁଜରାଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଦୁର୍ଘଟଣା ଘଟିଥିଲା । କିଛି ମଇଁଷିଦଳ ଟ୍ରେନ ଆଗରେ ପଶିଯାଇ ଏହି ଦୁର୍ଘଟଣା ଘଟିଥିବାର କଥା ରେଳ ବିଭାଗର କତ୍ତୃପକ୍ଷ ଜଣାଇଛନ୍ତି । କିନ୍ତୁ ସବୁଠାରୁ ଭଲ କଥା ହେଉଛି ଟ୍ରେନଟିର ମରାମତି ୨୪ ଘଣ୍ଟା ମଧ୍ୟରେ ହୋଇଥିଲା । କହିବାକୁ ଗଲେ ବନ୍ଦେ ଭାରତ ଟ୍ରେନ ନୂଆ ଲଂଚ ହୋଇଛି । ଟ୍ରେନଟି କେବଳ ମୁମ୍ବାଇ ରୁ ଗୁଜୁରାଟ ଗାନ୍ଧୀନଗର ଯାତ୍ରା ପାଇଁ ହୋଇଛି । ତେବେ ଟ୍ରେନ ଚଳନ୍ତା ଅବସ୍ଥାରେ ଗାନ୍ଧୀନଗରକୁ ଯିବା ଧାରରେ ଥିବାବେଳେ, ଅହମଦାବାଦରେ ସକାଳ ୧୧.୧୫ ସୁଧା ଦଳେ ମଇଁଷି ଟ୍ରେନ ସାମ୍ନାରେ ପସିଯାଇଥିଲେ ।

ଏହିପରିପ୍ରେକ୍ଷୀରେ ପଶ୍ଚିମ ରେଳ ମୁଖ୍ୟ ଜନସଂପର୍କ କାରୀ ସୁମିତ ଠାକୁର କହିଛନ୍ତି ,ଗୋରୁ ଧକ୍କା ଘଟଣାରେ ଟ୍ରେନ ଡ୍ରାଇଭର କୋଚଫଳରେ, କେବଳ ଟ୍ରେନର ନାକ କୋଣ ଆବରଣ ସହିତ ଏହାର ମାଉଣ୍ଟିଙ୍ଗ ବ୍ରାକେଟ ନଷ୍ଟ ହୋଇଯାଇଥିଲା । ଏହାକୁ ବାଦ ଦେଲେ ଟ୍ରେନର ଅନ୍ୟ ବାହ୍ୟ ଅଙ୍ଗ ନଷ୍ଟ ହେବାରୁ ବଂଚିତ ହୋଇଥିଲା । ତେବେ ଦୁର୍ଘଟଣା ଟ୍ରେନଟିର ମରାମତି ମୁମ୍ବାଇ ସେଣ୍ଟ୍ରାଲ କୋଚ କେୟାରରେ ହୋଇଥିଲା ।

ଦୁର୍ଘଟଣା ଅହମଦାବାଦର ଭାତଭା ଓ ମଣିନଗରରେ ହୋଇଥିବାରୁ ଗାନ୍ଧୀନଗରକୁ ଦୁରତା ଅଧିକ ଥିଲା । ସେଥିପାଇଁ ଟ୍ରେନ ବିନା ପ୍ୟାନେଲରେ ମୁମ୍ବାଇ ଫେରିକି ଆସିଥିଲାଭାରି । ନୋଜକର୍ଣ୍ଣରଟି ଫାଇବର ଓ ପ୍ଲାଷ୍ଟିକରେ ନିର୍ମିତ ହୋଇଥିଲା । ତେବେ ପୂର୍ବରୁ ଯେଉଁ ଡିଜାଇନ ଥିଲା ତାହାକୁ ଅନୁସରଣ କରାଯାଇ ମରାମତି କରାଯାଇଥିଲା । ଏଥିରୁ ଜଣା ପଡୁଛି ଆମ ପ୍ରଯୁକ୍ତି ବିଦ୍ୟା ବହୁ ଆଗକୁ ଗତି କରିବା ସହ ଟେକ୍ନିସିଆନ ମାନେ ମଧ୍ୟ ସେତିକି ତତ୍ପରତା ଦର୍ଶାଇଛନ୍ତି ।