ଭୁବନେଶ୍ୱରୀଆଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି

0

(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଏହି ସମୟରେ ଗୋଟିଏ ଆଶ୍ୱସ୍ତିକର ତଥ୍ୟ ସାମନାକୁ ଆସିଛି । ଲୋକଙ୍କ ଶରୀରରେ କ୍ରମଶଃ ଆଣ୍ଟବଡି ସ୍ରୁଷ୍ଟି ହେଉଛି । ତେବେ ନିକଟରେ ରାଜଧାନୀ ଭୁବନେଶ୍ୱରରେ କରାଯାଇଥିôବା ସେରୋ ସର୍ଭେ ରିପୋର୍ଟରୁ ତଥ୍ୟ ପ୍ରକାଶ ପାଇଛି ଯେ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟବଡି ସ୍ରୁଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଆରଏମଆରସି ପକ୍ଷରୂ କରାଯାଇଥିବା କମ୍ୟୁନିଟି ସେରୋଲଜିକାଲ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି ।
ଆଣ୍ଟିବଡି ହେଉଛି ଶରୀରରେ ସ୍ରୁଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି । ଯାହା ଆମ ଶରୀରକୁ ରୋଗ ହେବାରୁ ରକ୍ଷା କରିଥାଏ । ତେବେ ଏହି ଆଣ୍ଟବଡି ଦେହରେ ଯେତେ ଅଧିକ ସ୍ରୁଷ୍ଟି ହେବ ସେତେ ଶୀଘ୍ର ଶରୀର ରୋଗ ଦାଉରୁ ରକ୍ଷା ପାଇବ । ରାଜଧାନୀରେ ୧.୪ ପ୍ରତିଶତ ଲୋକ ଅଜାଣତରେ କରୋନା ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି । ତେବେ ଏହି ତଥ୍ୟ ପ୍ରଥମ ପର୍ଯ୍ୟାୟ ହୋଇଥିବା କମ୍ୟୁନିଟି ସେରୋ ସର୍ଭେ ରିପୋଟରୁ ଆସିଥିବା ଆରଏମଆରସି ନିର୍ଦ୍ଦେଶିକା ଡକ୍କର ସଂଘମିତ୍ରା ପତି ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ସେରୋ ସର୍ଭେ ମାଧ୍ୟମରେ କରୋନା ସଂକ୍ରମଣର ବେଗ ଜଣାପଡିଥାଏ ଏବଂ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ମିଳିବାରେ ସହାୟ ହୋଇଥାଏ । ଯେଉଁଥି ପାଇଁ ମୁକାବିଲା ମରିବାରେ ସହଜ ହୋଇଥାଏ । ସେହିପରି ହାଇରିସ୍କ ଗ୍ରୁପ୍ରେ କରାଯାଇଥିବା ସର୍ଭେରୁ କିଛି ସମାନ ଫଳାଫଳ ଆସିଛି ।