ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା କୁ ଧକ୍କା ଦେଲା ବସ , ୫ ଗୁରୁତର ୨୦ ଆହାତ

0

କରଞ୍ଜିଆ ( ବସନ୍ତ କୁମାର ସୋରେନ ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା କୁ ଧକ୍କା ଦେଲା ବସ , ୫ଗୁରୁତର ୨୦ ଆହାତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ର କରଂଜିଆ ଗ୍ରୀଡ଼ ନିକଟରେ, ଆଜି ଦିନ ୧୧ ଘଟିକା ସମୟରେ କଲ୍ୟାଣି ଏବଂ କଲ୍ୟାଣି ନାମକ ଏକ ଘରଇ ବସ ଏକ ହାଇଓ୍ବା ଟ୍ରକକୁ ପଛରେ ଧୋକା ଦେବା ଫଳରେ ବସରେ ଥିବା ୫ଯାତ୍ରୀ ଗୁରୁତର ଆହତ ହଇଥିବା ବେଳେ ୨୦ ରୁ ଅଧିକ ଆହତ ହଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାକୁ ଆଣି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣା ପୋଡିନାହିଁ ।