ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେନି ବିଦେଶୀ ଅତିଥି

ଚଳିତବର୍ଷ ପୁଣି ଥରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ମଧ୍ୟରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ଏନେଇ ପୂର୍ବରୁ ଅନେକ ନୀତିନୀୟମ ଲାଗୁ କରାଯାଇଛି ।

0

(ଦିଲ୍ଲୀ) : ଚଳିତବର୍ଷ ପୁଣି ଥରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ମଧ୍ୟରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ଏନେଇ ପୂର୍ବରୁ ଅନେକ ନୀତିନୀୟମ ଲାଗୁ କରାଯାଇଛି । ଚଳିତବର୍ଷ ଜାନୁଆରୀ ୨୬ ରେ ମଧ୍ୟ-ଏସୀୟ ଦେଶଗୁଡ଼ିକରୁ କୌଣସି ବି ମୁଖ୍ୟ ଅତିଥି ଆସିବେ ନାହିଁ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ପୁଲିସ୍ କମିଶନର ।

ସୂଚନାନୁଯାୟୀ ,ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବାପାଇଁ ମଧ୍ୟ ଏସୀଆର ୫ଟି ଦେଶର ମୁଖ୍ୟଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେଠିକାର ପରିସ୍ଥିତି ଏବଂ ଭାରତରେ କୋଭିଡର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ପ୍ରଶାସନ। କେବଳ ଏତିକି ନୁହେଁ, ଜାନୁଆରୀ ୨୦ ରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସାମରିକ ବିମାନ ପ୍ରଦର୍ଶନରେ ପ୍ରତିବନ୍ଧକ ଲଗାଯାଇଛି। ଚଳିତ ବର୍ଷ କିନ୍ତୁ ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାକୁ ଦୃଷ୍ଟିରେ ରଖି ୫୦୦୦ ରୁ ୮୦୦୦ ଲୋକଙ୍କୁ ଉପସ୍ତିତ ରହିବାକୁ ସୁଯୋଗ ଦିଆଯିବ ବୋଲି ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ କହିଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଗତବର୍ଷ ପରେଡରେ ଯୋଗଦେବା ପାଇଁ ୨୫ ହଜାର ଲୋକଙ୍କୁ ଅନୁମତି ଦିଆଯାଇଥିଲା ।