ଓଡିଶା

ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ବେଲଗୁଣ୍ଠା ହାଟପଦା ମେନ ରୋଡସ୍ଥିତ ଏକ ବାସଭବନରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ପୋଲିସ ସୁତ୍ରରୁ ଜଣାପଡିଛି ଯେ ,ବେଲଗୁଣ୍ଠା ନିବାସୀ ସ୍ୱର୍ଗତ ଶ୍ରୀନିବାସ ମିଶ୍ରଙ୍କ ବାସଭବନରୁ ଗତ ରାତିଠାରୁ ପଚା ଗନ୍ଧ ଆସୁଥିଲା । ସେହି ଘରେ ତାଙ୍କର ମାନସିକ ବିକୃତ ଥବା ଜଣେ ଝିଅ ଓ ପୁଅ ରହୁଥିଲେ ।ଅସହ୍ୟ ଗନ୍ଧ ହେବାରୁ ସାହିପଡିଶା ତଥା ଆଖପାଖ ଲୋକେ ସନ୍ଦେହ କରି ବେଲଗୁଣ୍ଠା ଥାନାକୁ ଖବର ଦେଇଥିଲେ ।ଖବର ପାଇ ବେଲଗୁଣ୍ଠା ଥାନା ସବ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଖୋଲିଲା ବେଳେକୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଠାବ କରାଯାଇଥିଲା । ଶବଟି ଶ୍ରୀନିବାସ ମିଶ୍ରଙ୍କ ପୁଅ ତାରିଣୀ ମିଶ୍ରଙ୍କ ବୋଲି ଜଣାପଡିଥିଲା । ପ୍ରକାଶ ଯାଉକି ତାରିଣୀ ଦୀର୍ଘ ବର୍ଷ ହେବ ନିଜର ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ବାହାରକୁ ବାହାରୁନଥିଲେ ।ତାଙ୍କର ମୃତ୍ୟୁ ୮/୧୦ ଦିନ ତଳେ ହୋଇଥିବା ପୋଲିସ ସନ୍ଦେହ କରୁଛି ।ପୋଲିସ ଶବ ଜବତ କରି ବେଲଗୁଣ୍ଠା ଥାନାରେ ୟୁଡି ୪/୨୧ରେ ଏକ ମାମଲା ରୁଜ୍ଜୁକରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡ଼ିକାଲ ପଠାଇଥିବା ସୂଚନା ମିଳିଛି । ତାରିଣୀଙ୍କ ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।

Related posts

ଚାଷ ଉଜୁଡି ଯିବାରୁ ନିଜ ଧାନ ବିଲରେ ନିଆଁ ଲଗାଇଲେ ଚାଷୀ

Report

ସୋନପୁର ସିଡିଏମଓଙ୍କୁ ଆଶାସାଥୀ ସଂଘର ଦାବିପତ୍ର ପ୍ରଦାନ

Report

ଟ୍ରାକ୍ଟର ଡାଲା ଓଲଟି ଜଣେ ମୃତ

Report

Leave a Comment