କେନାଲରୁ ଉଦ୍ଧାର ହେଲା ବଡ଼ ଥଣ୍ଟିଆ କୁମ୍ଭୀର

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ଧରିବାରେ ସଫଳ ହୋଇଛି ବନବିଭାଗ ।

0

(ହଂସପାଳ) : କେନାଲରୁ ଉଦ୍ଧାର ହେଲା ବଡ଼ ଥଣ୍ଟିଆ କୁମ୍ଭୀର । ହଂସପାଳ-ପୁରୀ ମୁଖ୍ୟ କେନାଲରୁ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ ଛଡାଯାଇଥିଲା ।

ସୂଚନାନୁଯାୟୀ , ଗୁରୁବାର ଠାରୁ ଏକ କୁମ୍ଭୀର ପୁରୀ ମୁଖ୍ୟ କେନାଲକୁ ଚାଲି ଆସି ବିଭିନ୍ନ ସ୍ଥାନରେ ଦେଖା ଦେଉଥିଲା । ଲୋକଙ୍କ ଅଭିଯୋଗ ହେବାରୁ ଶୁକ୍ରବାର ଏହି କୁମ୍ଭୀରକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି ।