ରାଇଘର ଠାରେ ଜାତୀୟ ସମ୍ବିଧାନ ଦିବସ ଧୁମଧାମରେ ପାଳନ କଲେ ଅଞ୍ଚଳବାସୀ
ଡଃ ଭୀମରାଓ ଆମ୍ବେଦକର ସମ୍ବିଧାନ ପ୍ରଣେତାଙ୍କୁ ମନେପକାଇବା ସହ ଦେଶର ନାଗରିକଙ୍କୁ ମୌଳିକ ଅଧିକାର, କର୍ତ୍ତବ୍ୟ ବିଷୟରେ ଅବଗତ କରାଇଲେ ଅଞ୍ଚଳବାସୀ
ରାଇଘର/ଲଳିତ ସୁନାନୀ:ରାଇଘର ଠାରେ “ଜାତୀୟ ସମ୍ବିଧାନ ଦିବସ ପାଳିତ”ସ୍ଥାନୀୟ ଭୀମ ଆର୍ମି କମିଟି ଆନୁକୂଲ୍ୟ ରେ, “ଜାତୀୟ ସମ୍ବିଧାନ ଦିବସ” ପାଳିତ ହୋଇଛି । ରାଇଘର ଛକ ଠାରେ ଥିବା ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଦେଇ ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ରେ ଥିବା ନାଗରିକ ମାନଙ୍କ ମୌଳିକ ଅଧିକାର, କର୍ତ୍ତ୍ୟବ୍ୟ ବିଷୟ ରେ ଉଦବୋଧନ ଦେଇଥିଲେ ।
ଆଜିର ଏହି କାର୍ୟ୍ୟକ୍ରମ ରେ ରାଇଘର ଭୀମ ଆର୍ମି ସଭାପତି ଗଣେଶ ସୁନା, ସମ୍ପାଦକ ବିଜୟ ଗଣ୍ଡ,ପର୍ଶୁରାମ ଗାଣ୍ଡା,ସରପଞ୍ଚ ଲମ୍ବୋଦର ମାଝୀ, ଘନଶ୍ୟାମ ଗଣ୍ଡ, ଏବଂ ଅନୁସୂଚିତ ଜାତି ଛାତ୍ର ସଙ୍ଘର ବ୍ଲକ ସମ୍ପାଦକ ଲଳିତ ସୁନାନୀ କୁମେଶ ମାଣିକପୁରୀ, ଯତୀନ ଗଣ୍ଡ, ସୁରେଶ ଭାରତି,ମାମନୀ ଚକ୍ରବର୍ତ୍ତୀ,ହେମନ୍ତ କୁମ୍ଭାର ଗଣେ କୁମ୍ଭାର ଙ୍କ ସହ ଭୀମ ଆର୍ମି ର ସଂସଦ୍ୟ ଯୋଗଦାନ କରି କାର୍ୟ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।