(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଗାମୀ ୬ ମାସ ପର୍ଯ୍ୟର୍ନ୍ତ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ (ପିିଏମସି) ବ୍ୟାଙ୍କ ସେବାରେ ସମସ୍ୟା ହୋଇପାରେ । କାରଣ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏହି ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲଗାଇଦେଇଛି । ଏହା ଅନ୍ତର୍ଗତ ବ୍ୟାଙ୍କରେ ଅନେକ ଗୁଡିଏ ନୂଆ ଫିକ୍ସ୍ ଡିପୋଜିଟ ଆକାଣ୍ଟ ଖୋଲାଯାଇ ପାରିବ ନାହିଁ । ଏହା ବ୍ୟତୀତ ବ୍ୟାଙ୍କର ନୂଆ ଲୋନ ଜାରି ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି । ଖାଲି ସେତିକି ନୁହେଁ, ବ୍ୟାଙ୍କର ଗ୍ରାହକମାନେ ୬ ମାସ ପର୍ଯ୍ୟନ୍ତ ୧୦୦୦ ଟଙ୍କାରୁ ଅଧିକ ମଧ୍ୟ ଉଠାଇ ପାରିିବେ ନାହିଁ । ଆରବିଆଇର ଏପରି ନିଷ୍ପତ୍ତି ପରେ ପିଏମସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟିି ହୋଇଛି । ବିିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କର ବ୍ରାଞ୍ଚ ଅଫିସରେ ଲୋକ ଗଣ୍ଡଗୋଳ କରିବାର ଖବର ରହିଛି ।
ସୂଚନା ଯୋଗ୍ୟ, କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ କହିଛନ୍ତି, ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ କମାକାରୀ ବ୍ୟାଙ୍କରେ ନିଜ ସେଭିଂ, କରେଣ୍ଟ ବା ଅନ୍ୟ କୌଣସି ଖାତାରୁ ୧ହଜାରରୁ ଅଧିକ ଟଙ୍କା ବାହାର କରିପାରିବେ ନାହିଁ । ପିଏମସି ବ୍ୟାଙ୍କ ଉପରେ ଆରବିଆଇର ଅଗ୍ରୀମ ମଞ୍ଜୁରୀ ବିନା ଲୋନ ଓ ଅଗ୍ରୀମ ଧନରାଶି ଦେବା ବା ଏହାର ସମୀକ୍ଷା କରିବା, କୌଣସି ପ୍ରକାର ନିବେଶ, ପ୍ରେସ ଡିପୋଜିଟ ସ୍ୱୀକାର ଆଦି ଉପରେ ପ୍ରତିବନ୍ଧକ ଲଗାଯାଇଛି ।