ମାଛୁଆତି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ସମ୍ଭର୍ଦ୍ଧନା

0

(ତାରାକାନ୍ତ ନାୟକ / ସାଲେପୁର) : ସାଲେପୁର ଶିକ୍ଷା ମଣ୍ଡଳ ଅଧୀନରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରି ଅବସର ଗ୍ରହଣ କରିଥିବା ତିନି ଜଣ ଶିକ୍ଷୟତ୍ରୀ ଙ୍କୁ ମାଛୁଆତି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଅବସର କାଳୀନ ସମ୍ଭର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ଲୁଣା ହାର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ସି ଆର ସି ସି ଅନ୍ତର୍ୟ୍ୟାମୀ ଭୋଳ ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବେ ସାଲେପୁର ଶିକ୍ଷା ମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀ,ବିଶିଷ୍ଟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ରଜନୀ କାନ୍ତ ଦାଶ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ନିରଞ୍ଜନ ଭୂୟାଁ, ସହକାରୀ ଶିକ୍ଷା ଅଧିକାରୀ ବିଳାସିନୀ ବାହିନୀପତି,ନିରଞ୍ଜନ ଦାସ,ଅଶୋକ କୁମାର ପତି ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ପ୍ରଣତି ଦାଶ,ଅନ୍ନପୂର୍ଣ୍ଣା ଶତପଥୀ,ଓ ବନ୍ଦନା କୁମାରୀ ଜେନା ଙ୍କ କାର୍ୟ୍ୟକାଳ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଲୁଣା ହାର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମାନସୀ ବସ୍ତିଆ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦେବଦତ୍ତ ଦାଶ ଅଥିତି ପରିଚୟ ପ୍ରଦାନ କରିଥିଲେ।ପରେ ଅଥିତୀ ମାନେ ବିଦାୟୀ ତିନି ଶିକ୍ଷୟତ୍ରୀ ଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।କାର୍ୟ୍ୟକ୍ରମରେ ରଞ୍ଜନବାଳା ପାତ୍ର, ରତ୍ନମଂଜରୀ ସାହୁ,ସୁଜାତା ରାଉତ,ଅପର୍ଣ୍ଣା ମହାପାତ୍ର,ଅନିତା ଷଡ଼ଙ୍ଗୀ,ପୂର୍ଣ୍ଣିମା ସେନ,ବିଦ୍ୟୁତ୍ ଲତା ସ୍ୱାଇଁ,ଶାନ୍ତି ଲତା ଶତପଥୀ, ତୃପ୍ତି ଲତା ଧଳ,ବାସନ୍ତୀ ବେହେରା,ସ୍ମୃତି ରେଖା ମିଶ୍ର,ସସ୍ମିତା ପାଣିଗ୍ରାହୀ,ଅନିତା ମହାନ୍ତି,ସନ୍ଧ୍ୟା ରାଣୀ ଦେଇ,ବୀଣାପାଣି ଦାସ,ଶାନ୍ତି ଦାସ,ପ୍ରତିଭା ମହାନ୍ତି,ବିରଜା ପ୍ରସାଦ କର,ନିରଞ୍ଜନ ଦାସ,ପ୍ରଫୁଲ୍ଲ କୁମାର ସାହୁ,ରବୀନ୍ଦ୍ର ଖଟୁଆ,ମହେନ୍ଦ୍ର କୁମାର ଜେନା,ପ୍ରଦୀପ ମହାରଣା,କମଳାକାନ୍ତ ମିଶ୍ର ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।