ପୁରୁଣା ରାଗର ନେଲେ ପ୍ରତିଶୋଧ

0

ସମ୍ବଲପୁର: ପୁରୁଣା ରାଗର ନେଲେ ପ୍ରତିଶୋଧ । ରାସ୍ତାରେ ଗୋଡେଇ ଗୋଡେଇ ଜଣଙ୍କୁ ହତ୍ୟା। ଏ ଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେରପୁର ଗାଁରେ । ହତ୍ୟାର ପ୍ରତିଶୋଧ ହତ୍ୟାରେ ନେବାଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ କମଳ ବାଗ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟ ମାସରେ ମୃତ କମଳଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ତେବେ ଗତକାଲି କମଳ ବାଗ ଜେଲରୁ ବାହାରିଥିଲା । ଏହା ପରେ ଗାଁ ଦାଣ୍ଡରେ ପୁଣି ପାଟିତୁଣ୍ଡ କରିବାରୁ ପ୍ରତିଶୋଧ ପରାୟଣ ହୋଇ ମାଖନିଙ୍କ ସମ୍ପର୍କୀୟମାନେ ବିଚ ରାସ୍ତାରେ ଗୋଡେଇ ଗୋଡେଈ ହତ୍ୟା କରିଥିଲେ । ପରେ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିବାର ଅଭିଯୋଗ ହୋଇଛି । ତେବେ ବର୍ତମାନ ସୁଦ୍ଧା ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ପଚରାଉଚୁରା ଜାରି ରଖିଛି ।