ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ

୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଆର୍ ଆଇ।

0

ଗଞ୍ଜାମ : ଭିଜିଲାନ୍ସ ଜାଲରେ ଆର୍ ଆଇ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ। କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଧରା ପଡିଛନ୍ତି । ଗୋଟିଏ ବାଲି ଟ୍ରକକୁ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଧରିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଏକ ବାଲି ଟ୍ରକ ଧରିଥିଲେ । ପରେ ଏହି ବାଲି ଟ୍ରକୁ ଛାଡିବାକୁ ସେ ଟଙ୍କା ମାଗିଥିଲେ । ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ତେବେ ଭିଜିଲାନ୍ସ ତାଙ୍କୁ ଆଜି ଧରିଛି । ତାଙ୍କ  ଅଫିସ୍, କ୍ୱାର୍ଟର ଘର ସହ ଅନ୍ୟ ସ୍ଥାନରେ ରେଡ୍ କରିଛି ।ଏହାସହିତ ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଭିଜିଲାନ୍ସ ଆହୁରୀ ଖୋଳତାଡ ମଧ୍ୟ ଆରମ୍ଭ କରିଦେଇଛି ।