ରାଇରଙ୍ଗପୁର ହାଇସ୍କୁଲରେ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା

0

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଉଚ୍ଚ ବିଦ୍ୟାଳୟ ରାଇରଙ୍ଗପୁର ହାଇସ୍କୁଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଉକ୍ତ କମିଟିରେ ଓସେପା, ଭୂବନେଶ୍ଵରର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ନାୟକ,ଓସେପା ନୋଡାଲ୍ ଅଫିସର ସନ୍ତୋଷ କୁମାର ସାହୁ, ସିନିୟର୍ ଟେକ୍ନିକାଲ ପରାମର୍ଶଦାତା ଶ୍ରୀ ଯୁକ୍ତ ଦାଶ, ସିଭିଲ ଇଂଜିନିୟର ଏକ୍ସପୋର୍ଟ ଓମ୍ ବାଡସି ମୟୁରଭଞ୍ଜ ଅନିଲ କୁମାର ସାହୁ, ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଂଶୁମାନ ସାମଲ, ଜୁନିୟର ଇଞ୍ଜିନିୟର ପ୍ରଶାନ୍ତ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରିବାସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖାଇଥିଲେ ଏବଂ ବିଦ୍ୟାଳୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମାନେ ଵିଶେଷତଃ ଓମଵାଡିସି ର ଆର୍ଥିକ ସହାୟତାରେ ନିର୍ମାଣଧୀନ ପ୍ରକଳ୍ପ ଏବଂ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା ଓ ତଦାରଖ କରିଥିଲେ। ଛାତ୍ର ମାନଙ୍କୁ ଆଧୁନିକ ଶିକ୍ଷାଦାନ ପ୍ରଣାଳୀ ସହପରିଚିତ କରିବାସହ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା,ପାନୀୟ‌ ଜଳର ସୁବ୍ୟବସ୍ଥା ଏବଂ ” ମୋ ସ୍କୁଲ ଅଭିଯାନ “କୁ ଅଧିକ ସକ୍ରିୟ କରିବାକୁ ମାର୍ଗ ଦର୍ଶନ ଦେଇଥିଲେ। କମିଟିର ସଦସ୍ୟ ମାନଙ୍କ ସହ ବିଦ୍ୟାଳୟର ଶିକ୍ଷକ ବିଜନ କୁମାର ମହାନ୍ତ, ଆଲୁମିନି ସଦସ୍ୟ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।