ଭାରତ ପାଇଁ ପୁଣି ଗୌରବ ଆଣିଲେ ରିକି କେଜ୍

0

ମୁମ୍ବାଇ : ପୁଣି ଇତିହାସ ରଚିଲେ ରିକି କେଜ୍ । ନିଜର ମ୍ୟୁଜିକ୍ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ ଆୱାର୍ଡ । ତାଙ୍କର ଡିଭାଇନ୍ ଟାଇଡ୍ସ’ ଆଲବମରେ ରହିଛି ମୋଟ ୯ଟି ଗୀତ । ଏହା ପୂର୍ବରୁ ମଧ୍ୟ ସେ ୨୦୧୫ରେ ନିଜର ଆଲବମ୍ ‘ୱଣ୍ଡସ୍ ଅଫ୍ ସମସାରା’ ପାଇଁ ପ୍ରଥମ ଗ୍ରାମୀ ଆୱାର୍ଡ ପାଇଥିଲେ । ସେ ବ୍ରିଟଶ୍ ରକ୍ ବ୍ୟାଣ୍ଡ ସହ ମିଶି ଏହି ମ୍ୟୁଜିକ୍ ଆଲବମ୍ କରିଥିଲେ । ବିଶ୍ୱ ସଙ୍ଗୀତ କ୍ଷେତ୍ରରେ ବିଶେଷ ଉପଲବ୍ଧି ରଖୁଥିବା ସଙ୍ଗୀତକାରଙ୍କୁ ଏହି ବିଶେଷ ପୁରସ୍କାର ଦିଆଯାଏ । ୧୯୫୯ରୁ ଏହାକୁ ରେକଡିଙ୍ଗ ଏକାଡେମୀ ଦ୍ୱାରା ଦିଆଯାଉଛି । ଯାହାକି ପୁଣି ରିକି କେଜ୍ ପାଇଛନ୍ତି ।