ବଦଲା ନେଲା ଭାରତ

ଗୋରାଙ୍କ ଉପରେ ରାଜ କରିବେ ଭାରତୀୟ ବଂଶଜ

0

ବିଟ୍ରେନ: ଇତିହାସ ରଚିଲେ ଋଷି । ଦିନ ଥିଲା ଯେତେବେଳେ ଇଂରେଜ ସରକାର ଭାରତ ଉପରେ ଶାସନ କରୁଥିଲେ । ୨୦୦ ଶହ ବର୍ଷ ଧରି ଗୋରାମାନେ ଶାସନ କରିଥିଲେ ଆମ ଦେଶ ଭାରତ ଉପରେ, ବର୍ତମାନ ସମୟଚକ୍ର ପରିବର୍ତ୍ତନ ହୋଇଛି । ଏବେ ବ୍ରିଟେନ ଉପରେ ରାଜ କରିବେ ଭାରତର ବଂଶୋଭବ ଋଷି ସୁନକ । ବର୍ତ୍ତମାନ ଏହା ସମଗ୍ର ଏସିଆ ମହାଦେଶ ପାଇଁ ର୍ଗବ ଏବଂ ଗୌରବର ବିଷୟ ।ତେବେ ବ୍ରିଟେନର ଇତିହାସ ଯଦି ଦେଖିବା ୨୦୦ ଶହ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରଛନ୍ତି । ଋଷିଙ୍କ ସଫଳତା ସମସ୍ତ ଭାରତୀୟଙ୍କର ଆତ୍ମବିଶ୍ୱାସ ବଢାଇବ ନିଶ୍ଚିତ । ତେବେ ୨୪ ଅକ୍ଟୋବର ତଥା ସୋମବାର ଦିନ ବ୍ରିଟେନର ଶର୍ତ୍ତାରେ ଥିବା ସରକାର କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ ସୁନକ। ନିୟମ ଅନୁଯାୟୀ, ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।

ଯାହା ସୂଚନା ରହିଛି, ଆସନ୍ତା ଶୁକ୍ରବାର ତଥା ୨୮ ଅକ୍ଟୋବର ଦିନ ଋଷି ସୁନକ, ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । କିନ୍ତୁ ଏହା ପୂର୍ବରୁ ବ୍ରିଟେନ ପରମ୍ପରା ଅନୁାୟୀ, ବ୍ରିଟେନ ରାଜା ପ୍ରିନ୍ସ ଚାଲସଙ୍କୁ ଭେଟି ନିଜ କାଯ୍ୟ ଆରମ୍ଭ କରିଛନ୍ତି ସୁନକ । ସୂଚନା ମୁତାବକ, କାଯ୍ୟ ଆରମ୍ଭ କରି ସର୍ବପ୍ରଥମେ ମନ୍ତ୍ରୀମଣ୍ଡଳରୁ ବହୁମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ସୁନକ ଜ୍ଝ ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ କାଯ୍ୟରତ ଥିଲେ ସୁନକ, ବର୍ତ୍ତମାନ ଜେରୀମ ହଣ୍ଟଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି ।
ତେବେ ଆଗକୁ କିପରି ଭାବେ ବିଟେନ ର ଶାସନ ଭାର ସମ୍ଭାଳୁଛନ୍ତି, ତାହା ଦେଖିବା ପାଇଁ ଉଭୟ ଦେଶ ବ୍ରିଟେନ ଏବଂ ଭାରତ ବାସିନ୍ଦା ଅପେକ୍ଷା କରିରହିଛନ୍ତି । ତେବେ ଭାରତୀୟ ହିସାବରେ ଆମେ ଆଶା କରୁଛୁ ଯେ, ସେ ତାଙ୍କ ସମସ୍ତ କାର୍ୟ୍ୟରେ ସଫଳତା ହାସଲ କରନ୍ତୁ ।

ତେବେ ଜାଣନ୍ତୁ ଋଷି ସୁନକ ଭାରତୀୟ ବଂଶୋଭବଙ୍କ ବିଷୟରେ:

ପଞ୍ଜାବ ମୂଳ ବାସିନ୍ଦା ସୁନକ ପରିବାର, ବିଗତ ୩ ପିଢି ଧରି ବ୍ରିଟେନରେ ରହି ଆସୁଛନ୍ତି । ବ୍ରିଟେନର ସାଉଥମ୍ପଟନରେ ଋିଷିଙ୍କ ଜନ୍ମ । ଏଥି ସହ ସୁନକ ଶିକ୍ଷା ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଏମବିଏ ଶିକ୍ଷା ଅଧ୍ୟୟନ କରିଛନ୍ତି ସୁନକ । ଏହା ସହ ଇନ୍ଫୋସିସି ପ୍ରତିଷ୍ଠିତ ଏନ୍.ଆର୍.ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂତ୍ତିଙ୍କୁ ବିବାହ କରିଛନ୍ତି ।