ଜୋଷୀମଠରେ ବିପଦ

0

ନୂଆଦିଲ୍ଲୀ : ବଢି ଚାଲିଛି ବିପଦ । ଘରେ ଅଧିକ ଫାଟ ସୃଷ୍ଟି ହେଉଥିବାରୁ ଳୋକଙ୍କୁ ସୁରକ୍ଷିତ ସ୍ତାନକୁ ନିଆଯାଉଛି । ଏଭଳି ବିପଦ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ତୀର୍ଥ ସହର ଜୋଷୀମଠରେ । ଉତ୍ତରାଖଣ୍ଡର ତୀର୍ଥ ସହର ଜୋଷୀମଠରେ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ୟ୍ୟନ୍ତ ମୋଟ ୬୫ଟି ପରିବାରକୁ ୧୧ ଟି ଆଶ୍ରୟସ୍ଥଳକୁ ନିଆଯାଇଥିବା ବେଳେ ସେହିପରି ଏବେସୁଦ୍ଧା ମୋଟ ୬୦୩ଟି ଘରେ ଫାଟ ସୃଷ୍ଟି ହୋଇଛି । କେତେକ ମନ୍ଦିର ଓ ଶଙ୍କରାଚାର୍ୟ୍ୟ ମଠରେ ବି ଫାଟ ସୃଷ୍ଟି ହୋଇଛି । କେତେବେଳେ ବି ଲୋକେ ସଙ୍କଟରେ ପଡି ପାରନ୍ତି । ଏହି ପ୍ରସଙ୍ଗ ଉପରେ ସତର୍କ ଦୃଷ୍ଟି ରଖିଛି ପିଏମଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ରବିବାରଦିନ ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଶୀମଠର ଜିଲ୍ଲା ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଉତ୍ତରାଖଣ୍ଡର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷାରେ ଯୋଗଦେବାକୁ କୁହାଯାଇଛି।