କରୋନା ପୀଡ଼ିତାଙ୍କ ପାଇଁ ୧୫,୦୦୦ ଡଲାର ସହାୟତା କଲେ ଅଭିନେତା ହ୍ରିତିକ ରୋଶନ

0

(ମୁମ୍ବାଇ) : ଦେଶରେ କରୋନା ମହାମାରୀ ଆତଙ୍କ ଖେଳାଇଛି । ଏଭଳି ପରିସ୍ଥିତିରେ ଅନେକ ସେଲିବ୍ରିଟି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଅଭିନେତା ହ୍ରିତିକ ରୋଶନ ମଧ୍ୟ କରୋନା ପୀଡ଼ିତାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ଏଥିପାଇଁ ୧୫,୦୦୦ ଡଲାର ଦାନ କରିଛନ୍ତି।

ସୂଚନାନୁଯାୟୀ , International Author and Podcaster ଜୟ ଶେଟ୍ଟୀଙ୍କ ଦ୍ୱାରା ଭାରତକୁ ସାହାଯ୍ୟ ଅଭିଯାନ ପାଇଁ ହ୍ରିତିକ୍‌ ଏହି ଟଙ୍କା ଦେଇଛନ୍ତି। ଜୟ ଶେଟ୍ଟୀ Help India Breathe ନାମକ ଏକ ପାଣ୍ଠି ସଂଗ୍ରହ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି କରୋନା ଯୁଦ୍ଧରେ ଭାରତ ପାଇଁ ଏକ ମିଲିୟନ ଡଲାର ସଂଗ୍ରହ କରିବା। ଏନେଇ ସୋସିଆଲ ମିଡିଆରେ ଏକ ଫୋଟୋ ଦେଖିବାକୁ ମିଳିଛି ।