ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତାରେ ଯାଉଥିବା ପଥଚାରୀ

0

ରାଉରକେଲା : ରିଂ ରୋଡ଼ରେ ଓଲଟିଲା ଆରଏମସି ପିକ-ଅପ୍‌ ଭ୍ୟାନ, ବର୍ତ୍ତିଲେ ଯାତ୍ରୀ । ରାଉରକେଲା ବିଶ୍ରା ଛକ ନିକଟ ରିଙ୍ଗରୋଡ଼ ରେଳବାଇ ଓଭର ବ୍ରିଜ ଉପରେ ରାଉରକେଲା ମହାନଗର ନିଗମ (ଆରଏମସି )ର ପିକ-ଅପ୍‌ ଭ୍ୟାନ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନର ଡ୍ରାଇଭର ଆହତ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ କେତେଜଣ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି।

ଆଜି ପୂର୍ବାହ୍ନରେ ପିକ-ଅପ୍‌ ଭ୍ୟାନ୍‌ଟି ସେକ୍ଟର ପଟୁ ଦ୍ରୁତଗତିରେ ଆସି ରାସ୍ତା ମଝିରେ ଲାଗିଥିବା ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଗାଡିର ବେଗ ଏତେ ଅଧିକ ଥିଲା ଯେ ଖୁଣ୍ଟଟି ସମ୍ପୂର୍ଣ୍ଣ ଉପୁଡି ଯିବା ସହ ଗାଡି ରାସ୍ତା ମଝିରେ ଓଲଟି ପଡିଥିଲା। ତେବେ ସୌଭାଗ୍ୟବଶତଃ ରାସ୍ତାରେ ଯାଉଥିବା ସାଧାରଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ଲାଣ୍ଟସାଇଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ଓ ବିଦ୍ୟୁତ ଖୁଣ୍ଟି ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।