ଅଟୋ –ଟ୍ୟାଙ୍କର ମୁହାମୁହିଁ ଧକ୍କା, ଜଣେ ମୃତ

0

( ମନୋଜ କୁମାର ସାହୁ) : ଆଜି ରାୟଗଡା ଜିଲ୍ଲା ଚାନ୍ଦଲି ଥାନା ଅନ୍ତର୍ଗତ ଜେକେପୁର ସାଇମନ୍ଦିର କୁମୁଟିଲପେଟା ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ଅଟୋ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରାୟଗଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସେଠାର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହି ଅଟୋଟି ଜେକେପୁରରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ ମୁହାଁମୁହିଁ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା ।