ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

0

(ଅଜିତ କୁମାର ସାହୁ /ଜଳେଶ୍ଵର): 60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପରଟି, ଯୁଣବଳଦା ନିକଟେ ଛିଡା ହୋଇଥିବା ଏକ ପାନପତ୍ର ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା।

ଫଳରେ ଡମ୍ପର ଡ୍ରାଇଭର  ଗୁରୁତର ଆହତ ହୋଇଥିବା ବେଳ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ମାଧ୍ୟମରେ  ବସ୍ତା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ବସ୍ତା ଥାନା, ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ କର୍ମଚାରୀ ପହଞ୍ଚି ପରିସ୍ଥିତି ସ୍ବଭାବିକ କରାଇଥିଲେ।  ଜାତୀୟ ରାଜପଥ  ରିକଭରି ଭ୍ୟାନ ପହଂଚି ଉଭୟ ଗାଡିକୁ ଥାନାକୁ ନେଇଥିବା ଜଣା ଯାଇଛି।