ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ: ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତା ର ଲୁଣା ନଦୀ ପୋଲ ନିକଟରେ। ମୃତକ ଜଣକ ହେଲେ ସ୍ଥାନୀୟ କମଳପୁର ପଂଚାୟତର ମହେନ୍ଦ୍ର ଜେନା। ମହେନ୍ଦ୍ର ଜେନା ଜମରା ପଂଚାୟତ ର ମଧୁବାବୁ ଆଇନି ସହାୟତା ଅଧିକାରୀ ଥିଲେ।
ସୂଚନାନୁସାରେ , ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା କମ୍ପାନୀ ର ଥର୍ ଗାଡ଼ି, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ରେ ସମ୍ନାସାମ୍ନି ଧକ୍କା ହେବା ଫଳରେ ଥର୍ ଗାଡ଼ି ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସେ ଗୁରୁତରଙ୍କ ମଧ୍ୟରେ ଗାଡ଼ି ଡ୍ରାଇଭର ସଂଜୟ ଜେନା, ଜମରା ପଂଚାୟତ ସରପଞ୍ଚଙ୍କ ସ୍ୱାମୀ ଆଶୁତୋଷ ତ୍ରିପାଠୀ ଥିବା ସୂଚନା ମିଳିଛି।