କ୍ଷତିପୂରଣ ଦାବୀରେ ଚାଷୀଙ୍କ ରାସ୍ତା ରୋକ

0

ଗଞ୍ଜାମ ଜିଲ୍ଲା(ରଜନୀକାନ୍ତ ପାତ୍ର):ଋଷିକୂଲ୍ୟା ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ନିମନ୍ତେ ଜୈନକ ଠିକାକମ୍ପାନୀ କାର୍ଯ୍ୟ କରୁଛନ୍ତି l ଯାହାଫଳରେ ଛତ୍ରପୁର ବ୍ଲକ ପୋଟଲାମପୁର ଚାଷୀଙ୍କ ମୂଲ୍ୟବାନ କାଜୁ, ଶାଗୁଆନ ଓ ଅନ୍ୟାନ୍ୟ ଗଛ ଗୁଡିକୁ ଉଜାଡିଦେଇଛି   ଉକ୍ତ ଠିକା କମ୍ପାନି ।  କ୍ଷତିପୂରଣ ଦାବିରେ ଶନିବାର ଛତ୍ରପୁର ତାରାତାରିଣୀ ମୂଖ୍ୟରାସ୍ତା ଉପରେ ଧରଣାରେ ବସିଛନ୍ତି ଅଂଚଳ ର ବହୁ ଚାଷୀ। ଯାଦ୍ୱାରା ଯାତାୟତ ବଧାପ୍ରାପ୍ତ ହୋଇଛି ।ଗୀତ ଗାଇ ଢୋଲ ବଜାଇ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ଚାଷୀ।କ୍ଷତିପୂରଣ ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ। ସବୁବେଳେ ଚାଷୀକୂଳ ହଇରାଣ ହରକତ ହୁଅନ୍ତି। ବର୍ଷା ହେଉ, ବା ବନ୍ୟା ହେଉ। ଚାଷୀକୂଳ ସର୍ବଦା ଅସୁବିଧାର ସମ୍ମୁଖୀନ ହୁଅନ୍ତି।