ଧାନ ବସ୍ତା ଓ ଲଙ୍ଗଳ ରଖି ରାସ୍ତା ଅବରୋଧ

0

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ଡେଲାଙ୍ଗରେ ଧାନ କିଣାରେ ଅନିୟମିତତା ତାକୁ ନେଇ କୃଷକ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ଵରେ ସ୍ଥାନୀୟ ଚାଷୀମାନେ ଧାନ ବସ୍ତା ଓ ଲଙ୍ଗଳ ରଖି ଡ଼େଲାଙ୍ଗ ହାଟ ବଜାରରେ ରାସ୍ତା ଅବରୋଧ କରିଛନ୍ତି । ପଟ୍ଟନାକୟିଆ – ଖୋର୍ଦ୍ଧା ରାସ୍ତା ଅବରୋଧ ଫଳରେ ଗାଡି ମଟର ଚଳାଚଳ ବନ୍ଦ ହୋଇଛି । କେନ୍ଦ୍ର ସରକାର ଧାନ ର ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀ ଙ୍କ ଉନ୍ନତି କରୁଥିବା ବେଳେ ରାଜ୍ୟ ସରକାର ଚାଷୀ ଙ୍କ ଧାନକୁ କିଣିପାରୁ ନାହାନ୍ତି ଓ ପୂର୍ବରୁ ତହସିଲଦାର ଏହି ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଆଜି ଚାଷୀ ମାନେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି