ବିଧାୟକଙ୍କୁ ଲୁଟିନେଲେ

0

ରାଇରଙ୍ଗପୁୁର: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ବ୍ରାହ୍ମଣବୋଷ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦିନ ଦି ପହରେ ଲୁଟ୍ର ଶିକାର ହୋଇଛନ୍ତି ଜଣେ ବିଧାୟକ । ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶାଇବା ସୁଶୀଲ ହାଁସଦା ବ୍ରାହ୍ମଣବୋଷ ଗ୍ରାମକୁ ସ୍କୁଟିରେ ଫେରୁତିବା ସମୟରେ ଲୁଟର ଶିକାର ହୋଇଥିଲେ । ଏକ କଳା ପଲସର ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ହାଂତ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିସହିତ ତାଙ୍କୁ ଲୁହା ଛଡରେ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟି ନେଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦିନର ସ୍ପଷ୍ଟ ଆଲୋକରେ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟିବା ସାଧାରଣରେ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।