ପାର୍ବଣରେ ମାତିଛନ୍ତି ଲୁଟେରା : ରାଜଧାନୀରୁ ବ୍ଲେଡ ଗ୍ୟାଙ୍ଗ ଓ ଜଣେ ଲେଡି ଲୁଟେରା ଗିରଫ୍

0

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଲୁଟେରା । ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା । ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ୟାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି ବ୍ଲେଡ ଗ୍ୟାଙ୍ଗରେ ଦୁଇ ଜଣ ବଙ୍ଗୀୟ ଓ ୪ ଜଣ ବିହାରର ରହିଥିବା ଜଣାପଡ଼ିଛି ।

ସେହିପରି ଜଣେ ଲେଡି ଲୁଟେରା ମଧ୍ୟ ପୂଜା ମଣ୍ଡପରୁ ଗିରଫ ହୋଇଛନ୍ତି। ଦର୍ଶନ ବାହାନାରେ ଲୋକଙ୍କୁ ଟାର୍ଗେର୍ଟ କରୁଥିେଲେ। ସିସିଟିଭିରେ ଚୋରି ବେଳରେ ଚିତ୍ର କଏଦ ହୋଇଥିଲା। ପୂଜା କମିଟି ସିସିଟିଭିରୁ ଦେଖି ପୁଲିସକୁ ଜିମା ଦେଇଥିଲେ। ମଞ୍ଚେଶ୍ୱର ଥାନା ଉକ୍ତ ମହିଳା ଜଣଙ୍କୁ ଅଟର ରଖି ପଚରା ଉଚରା କରୁଛି।