ରାଜନୈତିକ ମୈଦାନରେ ପାଦ ଦେବେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା

୨୦୨୪ ସାଧାରଣ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏକ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

0

(ଦିଲ୍ଲୀ) : ୨୦୨୪ ସାଧାରଣ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏକ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୨୦୨୪ ରେ ରବର୍ଟ ଭଦ୍ରା ଖୋଲାଖୋଲି ଭାବେ ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରିବେ ।

ସୂଚନାନୁଯାୟୀ , ଏହି ବିଷୟରେ ରବର୍ଟ ଭଦ୍ରାଙ୍କୁ ଏକ ପ୍ରଶ୍ନ ପଚରାଯାଏ, ସେ ବହୁତ ଚତୁରତାର ସହ ଉତ୍ତର ଦେଇଥିଲେ । ଭଦ୍ରା କହିଛନ୍ତି ଯେ , ସମସ୍ତେ ଆଶା କରନ୍ତି ଯେ ସେ ମୋରାଡାବାଦରୁ କିମ୍ବା ୟୁପିର ଅନ୍ୟ କୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ବର୍ତ୍ତମାନ ତାଙ୍କଠାରୁ ଲୋକଙ୍କ ପାଖରେ ବହୁତ ଭରସା ଅଛି । ତେବେ ସେ ଦେଖିବେ ୨୦୨୪ ରେ ନିର୍ବାଚନ ପର୍ବରେ ପ୍ରବେଶ କରିବାର କେତେ ସମ୍ଭାବନା ଅଛି । ଭଦ୍ରା କହିଛନ୍ତି ଯେ ନିର୍ବାଚନ ହେଉ କି ନାହିଁ, ସେ ସର୍ବଦା ମନ୍ଦିର, ମସଜିଦ, ଗୁରୁଦ୍ୱାର ଏବଂ ଚର୍ଚ୍ଚକୁ ଯାଆନ୍ତି । ଯେତେବେଳେ ସେ ଏତେ ଦିନ ଧରି ସର୍ବସାଧାରଣ ଜୀବନରେ ରହିଛନ୍ତି, ସେତେବେଳେ ସେ ଅନୁଭବ କରିଛନ୍ତି ଯେ ସେ ରାଜନୀତିରେ ଏକ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବେ ।