ପ୍ରଥମ ୱିକେଟ ଭାବେ ରୋହିତ ଫେରିଲେ ପାଭିଲିୟନ

0

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ଟ୍ରେଣ୍ଟ ବ୍ରିଜରେ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲୁ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ଭାରତ ନିଜର ପ୍ରଥମ ୱିକେଟ ହରାଇଛି । ଦଳ ପାଇଁ ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଇଂଲଣ୍ଡ ଦଳର ପ୍ରଥମ ଶିକାର ହୋଇଛନ୍ତି । ମାତ୍ର ୩୬ ରନ କରି ପାଭିଲିୟନ ଫେରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଓଲି ରବିନସନଙ୍କ ବଲରେ ସାମ କରନଙ୍କ ହାତରେ କ୍ୟାଚ ହୋଇ ସେ ନିଜର ୱିକେଟ ହରାଇଛନ୍ତି । ଆଉଟ ହେବା ପୂର୍ବରୁ ୧୦୭ ବଲରେ ୬ଟି ଚୌକା ସହ ସେ ୩୬ ରନ ସଂଗ୍ରହ କରିଥିଲେ । ଦଳର ସ୍କୋର ୯୭ ଥିବା ବେଳେ ପ୍ରଥମ ୱିକେଟ ହରାଇଛି ଭାରତୀୟ ଦଳ । ତେବେ ଅନ୍ୟତମ ଓପନର କେ.ଏଲ ରାହୁଲ ୧୨୪ ବଲରେ ୪୮ ରନ କରି ପଡିଆରେ ଉପସ୍ଥିତ ଅଛନ୍ତି । ଏପର୍ଯ୍ୟନ୍ତ ସେ ମୋଟ ୮ଟି ଚୌକା ମାରି ସାରିଛନ୍ତି । ତେବେ ନୂତନ ଖେଳାଳୀ ଭାବେ ଚେତେଶ୍ୱର ପୂଜାରା ମଇଦାନକୁ ଓଡ୍ଲାଇଛନ୍ତି । ଦଳ ମୋଟ ୩୮ ଓଭରରେ ୯୮-୧ ରନ ସଂଗ୍ରହ କରିଛି ।