ଲାର୍ମ୍ବୋଗିନି ଉରସ କାର୍ କିଣିଲେ ଅଧିନାୟକ ରୋହିତ ଶର୍ମା

ନୂଆ କାର୍ କିଣିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା ।

0

(ମୁମ୍ବାଇ) : ନୂଆ କାର୍ କିଣିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଯାହାକୁ ନେଇ ବେଶ ଚର୍ଚ୍ଚାରେ ସେ ରହିଛନ୍ତି । ଭାରତୀୟ କ୍ୟାପଟେନ୍ ଲାର୍ମ୍ବୋଗିନି ଉରସ କାର୍ କିଣିଛନ୍ତି । ଏନଟିଆରଙ୍କ ପାଖରେ କଳା ରଙ୍ଗର ଏଡ଼ିଶନ ଅଛି । ଯାହାକି ରୋହିତଙ୍କ ନିକଟରେ ନୀଳ ରଙ୍ଗର ଅଛି ।

ସୂଚନାନୁଯାୟୀ , ଏହା ପ୍ରଥମ ଥର ନୁହେଁ କି ରୋହିତ ନୀଳ ରଙ୍ଗର କାର୍ କିଣିଛନ୍ତି । ତାଙ୍କ ପାଖରେ ଏହି ରଙ୍ଗର ବିଏମଡବ୍ଲ୍ୟୁ ଏମ୍ ୫ବି ଅଛି । ଦେଶରେ ଲଗ୍‌ଜରୀ କାର୍ କଥା କହିଲେ ଲାର୍ମ୍ବୋଗିନି ଉରସ ନାଁ ପ୍ରଥମେ ଆସିଥାଏ । ରୋହିତ ଶର୍ମାଙ୍କ ପୂର୍ବରୁ ରଣବୀର ସିଂହ, କାର୍ତ୍ତିକ ଆର୍ୟନ ଏବଂ ରୋହିତ ସେଟ୍ଟୀ ଏହି କାର୍‌କୁ କିଣି ସାରିଛନ୍ତି ।