ତ୍ରିକୁଟ ରୋପୱେରେ ଯାନ୍ତ୍ରିକ ତ୍ରୁଟି ହେତୁ ଚାଲିଗଲା ୨ଜୀବନ

ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଦୁର୍ଘଟଣାର ଶିକାର ହୋଇଛି ।

0

(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୨ ହଜାର ଫୁଟ ଉପରେ ୪୮ ଜଣ ପର୍ଯ୍ୟଟକ ଝୁଲି ରହିବା ପରେ ସେମାନଙ୍କ ମଧ୍ୟରୁ ୪ଟି ଟ୍ରଲିରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେବି ମଝି ଆକାଶରେ ୩୦ରୁ ଅଧିକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି।


ଏଥିରେ ଭାରତୀୟ ବାୟୁସେନା, ଆଇଟିବିପି ଓ ଏନଡିଆରଏଫ ଟିମ୍‌ ମିଳିତ ଭାବେ ପ୍ରୟାସ କରୁଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ MI17 ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।