ଲୋକଙ୍କଠୁ ଠକିଛନ୍ତି ୧୫ କୋଟି ଟଙ୍କା

0

ଭୁବନେଶ୍ୱର: ଲୋକଙ୍କଠୁ ଠକିଛନ୍ତି ୧୫ କୋଟି ଟଙ୍କା। ପୋଲିସ୍ କବଜାରେ ଚିଟଫଣ୍ଡ ଠକ । ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚିଟଫଟ ସଂସ୍ଥା ନିର୍ଦ୍ଦେଶକ ଗିରଫହ୍ୟୁମାନ ୱେଲଫେୟାର କ୍ରେଟିଟ୍ ଆଣ୍ଡ ଥ୍ରିଫ୍ଟ କୋପେରିଭ୍ ସୋସାଇଟି ଲିମିଟେଡ୍ ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ ଶାଖା ।କୋଲକାତାର ନରେନ୍ଦ୍ରପୁର ନିକଟରୁ ଗିରଫ କଲା ଇଓବଡ୍ୟୁ ।

ସୂଚନା ଅନୁସାରେ, ବିଭିନ୍ନ ସ୍କିମ୍ର ଲୋଭ ଦେଖାଇ ଲୋକଙ୍କଠାରୁ ଠକିଥିଲେ କୋଟି କୋଟି ଟଙ୍କା । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ସୁକଦେବ ହୋତାଙ୍କ ଅଭିଯୋଗ ଆଧାରରେ ଏବେ ଗିରଫ ହୋଇଛନ୍ତି ତପନ । ସୋମବାର ତପନକୁ କୋଲକାତା ଦକ୍ଷିଣପ୍ରଗଣା ଏସିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ମଙ୍ଗଳବାର ଦିନ ବାଲେଶ୍ୱର କୋର୍ଟରେ ହାଜର କରାଯିବ। ପୂର୍ବରୁ ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ୱାଳକୁ ଗିରଫ କରିଛି ପୋଲିସ।