ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ରୁଚିକା ମହାନ୍ତି ମୃତ୍ୟୁ ଘଟଣା ଏବେ ପୁଣି କଡ଼ ଲେଉଟାଇଛି । ମାମଲାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏହି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ଜଣାଇବାକୁ ସଚିବ ରିପୋର୍ଟ ମାଗିଥିବା ଜଣାପଡ଼ିଛି । ତେବେ ରୁଚିକା କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଠ ହୋଇନଥିବା ବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା ।
ସୂଚନା ଅନୁସାରେ, ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ପୂର୍ବରୁ ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ରୁଚିକାଙ୍କ ଆତ୍ମହତ୍ୟା ରାଗିଂ ପାଇଁ ହୋଇନାହିଁ ବୋଲି କହିଥିଲେ ଡିସିପି । ତାହା ସହ ଏହି ମାମଲାରେ ୧୯୮ ଜଣଙ୍କୁ ପୁଲିସ ପଚରାଉଚରା କରିଥିବା ଡିସିପି କହିଥିଲେ । ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପଚରାଉଚୁରା କରିଥିଲା ପୁଲିସ । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରିଥିଲା । ରୁଚିକାଙ୍କ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା । ତାଙ୍କ ଡାଟା ଯେପରି ଡିଲିଟ ନହୋଇ ଫୋନ ଖୋଲିବ ସେ ଦିଗରେ ଚେଷ୍ଟା ପୁଲିସ ଚେଷ୍ଠା କରୁଥିବା କହିଥିଲା ପୁଲିସ । ସେଥିପାଇଁ ମୋବାଇଲ ଫୋନକୁ ସିଙ୍ଗାପୁର ପଠାଯାଇଥିଲା । ହେଲେ ଏଯାଏଁ ଏମିତି କିଛି ତଥ୍ୟ ମିଳିନି ଯାହା କଲେଜରେ ତାଙ୍କୁ ରାଗିଂ ହୋଇଛି ବୋଲି ଦର୍ଶାଯାଇପାରିବ ବୋଲି କହିଥିଲେ ଡିସିପି ।
ତେବେ ରୁଚିକା କାହିଁକି ଆତ୍ମହତ୍ୟା କଲେ ସ୍ପଷ୍ଠ ହୋଇନଥିବା ବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା । ପରିବାର ଲୋକେ ରାଗିିଂ କାରଣରୁ ରୁଚିକା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ । ଝିଅକୁ ନ୍ୟାୟ ଦେବାକୁ ରୁଚିକାଙ୍କ ମା’ ଅନଶନ ମଧ୍ୟ କରିଥିଲେ ।