ଭକ୍ତଙ୍କ ଗହଣରେ ଗଡ଼ୁଛି ରୁକୁଣା ରଥ: ଆଜି ଅପରାହ୍ନ ତିନିଟାରୁ ମୁଣ୍ଡିଆ ଚକରୁ ଟଣା ହେବ

0

ଭୁବନେଶ୍ୱର: ଗତ ଦୁଇ ର୍ବେ କୋଭିଡ ପରେ ହେଇଛି ଭକ୍ତ ଓ ଭଗବାନଙ୍କ ମିଳନ । ଭକ୍ତଙ୍କ ମନରେ ଖେଳି ଯାଇଛି ଖୁସି ଓ ଆନନ୍ଦର ଉଲ୍ଲାସ । ୨ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡୁଛି ରୁକୁଣା ରଥ । ଗତକାଲି ତିନି ମୂଣ୍ଡିଆ ଛକରେ ରଥ ଅଟକି ରହିଥିଳା । ଆଜି ନୀତିକାନ୍ତ ପରେ ପୁଣି ସେଠାରୁ ରଥ ଯଣା ଆରମ୍ଭ ହେବ । କୋଭିଡ ସ୍ଥିତି ଯୋଗୁଁ ବନ୍ଦ ଥିଲା କିନ୍ତୁ ୨ ବର୍ଷ ପରେ ଭକ୍ତ ଟାଣିଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହୋଇ ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିବା ସହ ମାଉସୀ ମା’ ଅଭିମୁଖେ ଯାତ୍ରା କରିଛନ୍ତି ମହାପ୍ରଭୁ ।

ଘଣ୍ଟଘଣ୍ଟା, ହର ହର ମହାଦେବ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଛି ମହାପ୍ରଭୁ ରୁକୁଣା ରଥ । ରୁକୁଣା ରଥ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟାଣ ଖରା ଓ ନୀତି ବିଳମ୍ବ ଯୋଗୁଁ ରଥ ଟଣା ବିଳମ୍ବିତ ହୋଇଥିଲା । ତେଣୁ ଅପରାହ୍ନ ସାଢେ ୩ଟାରେ ରଥା ଟଣା ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅପରାହ୍ନ ୪ଟାରେ ୪୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା । ତିନି ମୁଣ୍ଡିଆ ଛକରେ ରଥ ପହଂଚିଲା ବେଳକୁ ସୂର୍ଯ୍ୟାସ୍ତ ହୋଇଯିବାରୁ ରଥା ଟଣା ବନ୍ଦ କରାଯାଇଥିଲା । ଆଜି ତିନି ମୁଣ୍ଡିଆ ଛକରୁ ମାଉସୀ ମାଆ ମନ୍ଦିର ଯାଏଁ ଗଡିବ ରୁକୁଣା ରଥ ।

ମହାପ୍ରଭୁ ଲିଙ୍ଗରାଜଙ୍କ ଭଉଣୀ ରୁକ୍ମିଣୀଙ୍କ ନାମ ଅନୁସାରେ ଏହାକୁ ରୁକୁଣା ରଥ କୁହାଯାଏ । ବିଶେଷତ୍ୱ ହେଉଛି ଏହି ରଥ ଅଣଲେଉଟା। ମୋଡ଼ ନେଇ ପଛକୁ ଫେରେନାହିଁ ଏହି ରଥ । ଯେମିତି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟ ଦ୍ୱାର ଖୋଲି ଦିଆଯାଏ ଓ ଘୋଡ଼ାମାନଙ୍କୁ ଯୋଚିଦିଆଯାଏ । ପୁରୀ ବଡ଼ଦାଣ୍ଡରେ ରଥମାନେ ଦକ୍ଷିଣ ମୋଡ଼ ନେଇ ବୁଲିଥାନ୍ତି । ମାତ୍ର ଏହି ରଥରେ ସେମିତି ପରମ୍ପରା ନାହିଁ । ସେଥିପାଇଁ ଏହାକୁ ଅଣଲେଉଟା ରୁକୁଣା ରଥ ବୋଲି କୁହାଯାଏ । ବାହୁଡ଼ା ଦିନ ରଥର ସମ୍ମୁଖରେ ଭାଗର ସାଜସଜ୍ଜାକୁ ଖୋଲି ପଛ ପାଖରେ ଲଗାଇଦିଆଯାଏ । ଅର୍ଥାତ୍ ରଥର ପଛ ଭାଗ ପାଲଟି ଯାଏ ସମ୍ମୁଖରେ ଭାଗ।

ପୌରାଣିକ ତଥ୍ୟ ଅନୁସାରେ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ଲଙ୍କପତି ରାବଣକୁ ହତ୍ୟା କରିଥିଲେ । ରାବଣ ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା । ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରକୁ ଆସି ରାମେଶ୍ୱରଠାରେ ହରିହରଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମଚନ୍ଦ୍ରଙ୍କୁ ବର ଯାଚିଥିଲେ । ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ଆସିବା ପାଇଁ ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚ ଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି ।