ପରମାଣୁ ପ୍ଲାଣ୍ଟରେ ଋଷର ଆକ୍ରମଣ

0

କିଭ: ଋଷ – ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢେଇ । ଧିରେ ଧିରେ କିଭକୁ ଅକ୍ତିଆର କରିବାକୁ ଲାଗିଲାଣି ଋଷ । କିଭକୁ ଦଖଲ କରିବା ପାଇଁ ଋଷ ଘନ ଘନ ରକେଟ ମାଡ କରିବାରେ ଲାଗିଛି । ଏହାରି ଭିତରେ ଋଷ ୟୁରୋପର ସବୁଠାରୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ କରିବା କଥା ସାମ୍ନାକୁ ଆସିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।

ଋଷର ଏହି ଆକ୍ରମଣ ହେତୁ ପ୍ଲାଣ୍ଟର ଆଡମିନଷ୍ଟ୍ରେଟିଭ୍ ଅଫିସରେ ମଧ୍ୟ ନିଆଁ ଲାଗିଯାଇଛି । ପ୍ଲାଣ୍ଟ ଉପରେ ବୋମା ମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ସେହି କାରଣରୁ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ଅସମ୍ଭବ ହୋଇ ପଢିଛି । ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇବା ପାଇଁ ସହଯୋଗ କରିବାକୁ ଋଷ ଅନୁମତି ମାଗିଛି । ବାଇଡେନ ଏନଏନଏସଏରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ପରମାଣୁ ବ୍ଲାଷ୍ଟ ବିଷୟରେ ଅଲୋଚନା କରାଯାଇଥିଲା ।