ଚିନ୍ତାରେ ଋଷିଆ

ମସ୍କୋରେ ପଡିଲା “ଡାର୍ଟି ବୋମା”

0

ମସ୍କୋ: ଚିନ୍ତାରେ ଋଷିଆ । ୟୁକ୍ରେନର ଯୁଦ୍ଧରେ ବ୍ୟବହାର କରୁଛି “ଡାର୍ଟି ବମ” । ଏହାକୁ ନେଇ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଭାରତ ପ୍ରତିପକ୍ଷଙ୍କ ସହ ବୁଧବାର ଦିନ ଫୋନ୍ କଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏପରି “ମଇଳା ବୋମା”ର ସାମ୍ଭାବ୍ୟ ବ୍ୟବହାର ଋଷର ଚିନ୍ତା ବଢାଇ ଦେଇଥିବା ଶୋଏଗୁଙ୍କ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସୂଚନାମୁତାବକ, ରବିବାର ଠାରୁ ଋଷ ପ୍ରତିରକ୍ଷା ମନ୍ତ୍ରୀ ଶୋଏଗୁ ଏ ନେଇ ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଯୁକ୍ରେନ ସହ ପାଶ୍ଚ୍ୟାତ ସହଯୋଗୀମାନେ ଋଷର ଅଭିଯୋଗକୁ ପ୍ରତ୍ୟାଖ୍ୟାନା କରିଛନ୍ତି । ଋଷ କହିବା ମୁତାବକ, କିଭିରେ ଏପରି ବୋମା ପ୍ରସ୍ତୁତ ହେଉଛି । ତେବେ ଏପରି ଭାବେ ଯଦି ମସ୍କୋକୁ ଟାର୍ଗେଟ କରାଯାଏ । ତେବେ ଯୁଦ୍ଧର ଭୟାଭୟ ଆହୁରି ବଢିବ ବୋଲି ସର୍ଗି ଶୋଏଗୁ ଆଶଙ୍କା କରିଛନ୍ତି ।