ରିପୋଟର୍ସ ଟୁଡେ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭ୍ ଉପରେ ହୋଇଛି ରକେଟ ଆକ୍ରମଣ । ସେଠାରେ ଏକାଧିକ ବିସ୍ଫୋରଣ ହୋଇଛି । ରୁଷ ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲା କିଭ ଉପରେ । ଆତଙ୍କ ଖେଳାଇଦେଇଛି ଏହି ବିସ୍ଫୋରଣ । ସାରା ସହର କଳା ଛାୟାରେ ପରିଣତ ହୋଇସାରିଛି । ଏ ସମସ୍ତ ତଥ୍ୟ କିଭ୍ ମେୟର ସ୍ପଷ୍ଟ କରି କହିଛନ୍ତି । ସ୍ଥାନୀୟ ସମୟ ସକାଳ ୮ଟା ୧୫ ସମୟରେ ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି ।
ଯୁଦ୍ଧର ମାସେ ପର୍ଯ୍ୟନ୍ତ ଶାନ୍ତ ରହିଥିଲା ରୁଷ । ରୁଷର କ୍ରିମିଆ ବ୍ରିଜକୁ ବିସ୍ଫୋରଣ ଦ୍ୱାରା ଧ୍ୱଂସ କରିଦେଇଥିଲା ୟୁକ୍ରେନ । ଏହି ବ୍ରିଜ ଧ୍ୱଂସ ହେବା ପଛରେ ୟୁକ୍ରେନର ଭୂମିକା ଅଛି ବୋଲି ରୁଷ ଦାବି କାରିଥିଲା । ବହୁ ଦିନ ଶାନ୍ତ ପରେ ଆଜି ପୁଟିନ ସରକାରଙ୍କ ତରଫରୁ କିଭ୍ ଉପରେ ପାଲଟା ଆକ୍ରମଣ ହୋଇଛି । ତେବେ ରୁଷ ଆକ୍ରମଣ ପରେ ମୃତାଦେହଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହି ମର୍ମାହତ ଦୃଶ୍ୟ ଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିପରି ରୁଷର ଆକ୍ରମଣରେ ଜନଜୀବନ ଆକୁଳ ବ୍ୟକୁଳ ଭାବେ ଏଣେତେଣେ ପଳାୟନ କରୁଛନ୍ତି ।