ବଢୁଛି ରୁଷ-ୟୁକ୍ରେନ ବିବାଦ

0

ୟୁକ୍ରେନକୁ ରୁଷର କଡା ଜବାବ । ଦୁଇ ଦେଶ ମମଧ୍ୟରେ ହୋଇଥିବା ଚୁକ୍ତି ସ୍ୁାକ୍ଷରକୁ ନେଇ ବଢୁଛି ବିବାଦ । କେତେକ ଅଞ୍ଚଳକୁ ରୁଷ୍ ନିଜର ବୋଲି ଘୋଷଣା କରିବାର ଦିନକ ପରେ ୟୁକ୍ରେନ ସେନା ରୁଷ ସେନା ଉପରେ ରାଗ ସୁଜାଉଛନ୍ତି । ରୁଷ କବଜାରେ ଥିବା ଲାଇମାନ ସହରରେ ହଜାର ହଜାର ରୁଷ ସୈନ୍ୟଙ୍କୁ ଚାରିପଟୁ ଘେରିଯାଇଛନ୍ତି ୟୁକ୍ରେନ ସେନା । ଏ ନେଇ ୟୁକ୍ରେନ ସାମରିକ ମୁଖପାତ୍ର ସୂଚନା ଦେଇଛନ୍ତି । ରୁଷ ପାଇଁ ଏହି ସହରକୁ ନିଜ କବଜାରେ ରଖିବା ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସହର ମାଧ୍ୟମରେ ଡୋନବାସ ଓ ଅନ୍ୟ କେତେକ ସ୍ଥାନକୁ ଜରୁରୀ ସାମଗ୍ରୀ ପ୍ରେରଣ କରାଯାଇଥାଏ ।

ଏହି ସହରକୁ ରୁଷ ଏକ ଲଜିଷ୍ଟିକ୍ସ ହବ୍ ଭାବେ ବ୍ୟବହାର କରୁଛି । ଏଣୁ ଏହାକୁ ରକ୍ଷା କରିବାକୁ ରୁଷ ପ୍ରବଳ ପ୍ରତିରୋଧ କରିବ । କିନ୍ତୁ ଅନ୍ୟପକ୍ଷରେ ୟୁକ୍ରେନ ଯଦି ଏହି ସହରକୁ ପୁଣି ମୁକ୍ତ କରିନିଏ, ତେବେ ତାହା ରୁଷ ପାଇଁ ଅନ୍ୟ ଅଞ୍ଚଳକୁ ନିଜ କବଜାରେ ରଖିବା କଷ୍ଚକର ହୋଇପଡ଼ିବ । ବିଶେଷକରି ରୁଷ ପାଇଁ ଡୋନେସ୍କ ଅଂଚଳକୁ ରଖିବା କଷ୍ଟକର ହୋଇପଡ଼ିବ । ୟୁକ୍ରେନର ପୂର୍ବ ବାହିନୀର ମୁଖପାତ୍ର ସେରହି ଚେରେଭାଟୀ କହିଛନ୍ତି ଯେ, ଲାଇମାନ ଅଞ୍ଚଳରେ ରୁଷ ସେନାକୁ ୟୁକ୍ରେନ ସୈନ୍ୟ ଘେରି ରହିଛନ୍ତି ଓ ଏବେ ଏହି ଅପରେସନ ଜାରି ରହିଛି । ଲାଇମାନରେ ରୁଷର ପ୍ରାୟ ୫ ହଜାରରୁ ସାଢେ ୫ ହଜାର ସୈନ୍ୟ ଥିବା ଅନୁମାନ କରାଯାଉଛି ।