ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରମାନେ ସମାପ୍ତ କରିବେ ଅବଶିଷ୍ଟ ତାଲିମ

ରୁଷ୍ ଓ ୟୁକ୍ରେନ ଭିତରେ ଦିନକୁ ଦିନ ଯୁଦ୍ଧ ଘନେଇବାରେ ଲାଗିଛି ।

0

(ଦିଲ୍ଲୀ) : ରୁଷ୍ ଓ ୟୁକ୍ରେନ ଭିତରେ ଦିନକୁ ଦିନ ଯୁଦ୍ଧ ଘନେଇବାରେ ଲାଗିଛି । ଆଉ ଏହାକୁ ଭିତିକରି ବିଦେଶରୁ ଘରକୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଏବେ ଆଶ୍ବସ୍ତିକର ଖବର ଆସିଛି । ବର୍ତ୍ତମାନ ଗ୍ରାଜୁଏଟ୍ ଛାତ୍ରମାନେ ଯେଉଁମାନେ ବିଦେଶରେ ଇଣ୍ଟର୍ନସିପ୍ ସମାପ୍ତ କରିପାରିନାହାନ୍ତି, ସେମାନେ ଭାରତରେ ଅବଶିଷ୍ଟ ତାଲିମ ସମାପ୍ତ କରିପାରିବେ କିମ୍ବା ଏକ ନୂତନ ଇଣ୍ଟର୍ନସିପ୍ ପାଇଁ ଆବେଦନ କରିପାରିବେ । ନ୍ୟାସନାଲ ମେଡିକାଲ କମିଶନ ବା ଜାତୀୟ ଚିକିତ୍ସା ଆୟୋଗ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ରୁଷର ଆକ୍ରମଣ ପରେ ୟୁକ୍ରେନରୁ ଫେରି ଆସିଥିବା ଛାତ୍ରମାନେ ଏହି ପଦକ୍ଷେପରୁ ଅନେକ ସାହାଯ୍ୟ ପାଇପାରିବେ । ଏପରି ପରିସ୍ଥିତିରେ, ସେହି ଛାତ୍ରମାନେ ଯେଉଁମାନେ MBBS ଶିକ୍ଷା ସମାପ୍ତ କରିବାର ଶେଷ ପର୍ଯ୍ୟାୟରେ ଅଛନ୍ତି ସେମାନେ ଅଧିକ ଲାଭବାନ ହେବେ । ତେବେ ବିଶେଷ କଥା ହେଉଛି ଭାରତର ବହୁ ସଂଖ୍ୟକ ନାଗରିକ ୟୁକ୍ରେନର କଲେଜ ଗୁଡ଼ିକରେ ଶିକ୍ଷା ଲାଭ କରୁଛନ୍ତି । ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯାଇଥିବା ବହୁ ସଂଖ୍ୟକ ଛାତ୍ର ମଧ୍ୟ ଅଛନ୍ତି ।