ସଙ୍କଟରେ ୟୁକ୍ରେନବାସୀ : ବନ୍ଦ ହେଲା ବିଦ୍ୟୁତ୍ ଓ ପାଣି

0

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ଆଠ ମାସରୁ ଅଧିକ ସମୟ ହୋଇ ସାରିଛି ।ସମୟକ୍ରମେ ଯୁଦ୍ଧର ଭୟାଭୟତା ବଢି ବଢି ଚାଲିଛି । ସୋମବାର ଦିନ ଋଷ ଯୁଦ୍ଧକୁ ଯୋରଦାର କରିଛି । ୟୁକ୍ରେନ ରାଜଧାନୀ କିଭି ସମେତ ଖାରକିଭି ଏବଂ ୟୁକ୍ରେନର ବିଭିନ୍ନ ସହରରେ ଋଷ ଜୋରଦାର ଆକ୍ରମଣ କରିଛି । ମେୟର ଭିଟାଲି କ୍ଲିଚକୋଙ୍କ କହିବା ମୁତାବକ,ରାଜଧାନୀ କିଭିରେ ବର୍ତ୍ତମାନ ପାଣି ଏବଂ ଇଲେକଟ୍ରିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଆନ୍ତଜାତୀୟ ଗଣମାଧ୍ୟମ ଅନୁଯାୟୀ, କୃଷ୍ଣ ସାଗରରେ ଥିବା ରୁଷର ନୌଭେଳା ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ ନେଇ ରୁଷ ଦାବି କରିଛି । ଏହା ଦୁଇଦିନ ପରେ ଆକ୍ରମଣକୁ ଜୋରଦାର କରିଛି ଋଷ ।ଗତ କାଲି ରାଜଧାନୀ କିଭି ଉପରେ ୫ରୁ ୭ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଦେଶର ଅନ୍ୟ ସହର ଉପରେ ବି କ୍ଷେପଣାସ୍ତ୍ର ଆକ୍ରମଣ ଚାଲିଛି । ୟୁକ୍ରେନ ସରକାରଙ୍କ କହିବା ଅନୁସାରେ ଗତ ଦୁଇଦିନରେ ସାରା ଦେଶରେ ମୋଟ ୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ତେବେ ଏହି ୫୦ଟି କ୍ଷେପଣାସ୍ତ୍ର ମଧ୍ୟରୁ କିଛି କ୍ଷେପଣାସ୍ତ୍ରକୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଟକାଇବାରେ ସକ୍ଷମ ହୋଇଛି ।