ସୁସ୍ଥ ବିଶ୍ୱ ପାଇଁ ସୁସ୍ଥ ମା ହିଁ ମୂଳ ଆଧାର

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

0

ସୁବର୍ଣ୍ଣପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ   ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ  ଅଙ୍ଗନବାଡି କର୍ମୀ,   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ, ସ୍ଥାନୀୟ ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ  ହୋଇଯାଇଛି । ଏହି ଅବସରରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସଭାରେ ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ (ଏଫ ଡବ୍ଲୁ ଭି.ବି.ଡ଼ି ),  ଡା.ମାନସ୍ ରଞ୍ଜନ ଦଣ୍ଡପାଟ୍, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ଶ୍ରୀ ବିଶ୍ୱମ୍ବର ବେହେରା, ଡି ପି ଏମ, ଶ୍ରୀ ସରୋଜ କୁମାର୍ ପଣ୍ଡା, ଡି ଏ ଏମ ପ୍ରମୁଖ ମଞ୍ଚାସୀନ ଥିଲେ।

ସଭାରେ ଅତିଥିମାନେ  ୨୦୨୨ ବର୍ଷର ଜାତୀୟ ନିରାପଦ ମାତୃତ୍ଵ ଦିବସ  ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ କହିଥିଲେ ଯେ ଗୋଟିଏ ସୁସ୍ଥ ଦେଶ ପାଇଁ ଏକ ସୁସ୍ଥ ଶିଶୁ ଦରକାର ଓ ସୁସ୍ଥ ଶିଶୁ ପାଇବାକୁ ହେଲେ ମା ସୁସ୍ଥ ହେବା ନିହାତି ଆବଶ୍ୟକ  ଓ ଏଥିପାଇ ସମାଜରେ ବ୍ୟାପକ ସଚେତନତାର ଆବଶ୍ୟକତା ଥିବା ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ସଚେତନତା ସଭା ସାଙ୍ଗକୁ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ  ଅନୁଷ୍ଠିତ କରାଯିବା ସହିତ ସଦର ମହକୁମାର ଜନ ଗହଳି ସ୍ଥାନରେ ହୋର୍ଡିଙ୍ଗ ଲଗାଯାଇ ସଚେତନତାର ପ୍ରୟାସ କରା ଯାଇଛି।

ଏହି ସଚେତନତା  ସଭା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ,ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ବିଭାଗ ତରଫରୁ ଏକ କୁଇଜ ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହି ପରୀପ୍ରକ୍ଷୀ ରେ ଅନୁଷ୍ଠିତ କୁଇଜ କର୍ୟକ୍ରମକୁ ତରଣୀସେନ ପଧାନ୍ ଏ ଏମ ସି ପି ତଥା ଜି କେ ଏସ,  ଗିତଞ୍ଜଲି ମେହେର (ଏ ଏମ ଏନ ସି ଡି ) ପରିଚାଳନା କରିଥିବାବେଲେ ଶ୍ରୀ ନାରାୟଣ ରଥ ସହଯୋଗ କରିଥିଲେ। ଅନୁଷ୍ଠିତ ସଭାକାର୍ୟ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିବାବେଲେ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।