ସୈଫଙ୍କ ପୁଅ ଇବ୍ରାହିମ୍ କରିବେ ବଲିଉଡ୍ ଡେବ୍ୟୁ

0

ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ କରଣ ସୈଫ ଅଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସରେ ର୍ନିମିତ ଏକ ଫିଲ୍ମ ସହିତ ଇବ୍ରାହିମ ବଲିଉଡରେ ଲଞ୍ଚ କରିବେ । ଜୁମ୍ ଟିଭିର ରିପୋର୍ଟରେ ଦର୍ଶାଯାଇଛି କି ବଲିଉଡ ଅଭିନେତା ବୋମାନ ଇରାନୀଙ୍କ ପୁଅ କାୟୋଜ ଇରାନୀ ନିର୍ଦ୍ଦେଶନା ଦେବେ । ଏହି ଚଳଚ୍ଚିତ୍ର ୨୦୨୩ରେ ପରଦାକୁ ଆସିବ । କୁହାଯାଉଛି କି ଏହା ବିଗ୍ ବଜେଟ ଫିଲ୍ମ ହେବ । ବର୍ତ୍ତମାନ ଇବ୍ରାହିମ କରଣଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଅର ରାନୀ କି ପ୍ରେମ କାହାନୀରେ ସାହାଯ୍ୟ କରୁଛନ୍ତି । ଏଠାରୁ ହ ତାଙ୍କ ବଲିଉଡରେ ପ୍ରବେଶ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା ।

ଇବ୍ରାହିମଙ୍କ ଭଉଣୀ ସାରା ଅଲି ଖାନ ଫିଲ ଇଣ୍ଡଷ୍ଟ୍ରିରେ ଖୁବ୍ ଆକ୍ଟିଭ୍ । ସେ ଯୁବ ପିଢିରେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି । ଏହା ବ୍ୟତୀତ କରଣ ଜୋହର ମଧ୍ୟ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଲଞ୍ଚ କରିବାକୁ ପ୍ରସ୍ତାବ ଦେଇଥିଲେ । ଆର୍ଯ୍ୟନ୍ ଖାନ୍ ଏବଂ କରଣଙ୍କ ମଧ୍ୟରେ ଏକ ଗମ୍ଭୀର କଥାବାର୍ତ୍ତା ମଧ୍ୟ ହୋଇଥିଲା । କିନ୍ତୁ ଆର୍ଯ୍ୟନ୍ ତୁରନ୍ତ ଏହାକୁ ମନା କରିଦେଇଥିଲେ । ଏହା ଥରେ ନୁହେଁ ପ୍ରତ୍ୟେକ ଥର କରଣଙ୍କ ଅଫରକୁ ଆର୍ଯ୍ୟନ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହିଁ । ମୁଁ ଆଦୌ ଅଭିନୟ କରିବାକୁ ଆଗ୍ରହୀ ନୁହେଁ ।