ସଖି ୱାନ ଷ୍ଟପ ସେଣ୍ଟର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପୁରୀ: ସଖି ୱାନ ଷ୍ଟପ ସେଣ୍ଟର ( SHAKHI One Stop Centre ) ପୁରୀ ଦ୍ୱାରା ପ୍ରାୟୋଜିତ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯକ୍ରମ । କଣାସ ସ୍ଥିତ ଦୟା ବିହାର ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦୟା ବିହାର ଡ଼ିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବିଶ୍ୱାଳ ଅଧକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିଶୁସୁରକ୍ଷା ଅଧିକାରୀ ଶ୍ରୀ ଶୁଭନାରାୟଣ ଶତପଥି ଓ ସମ୍ମାନିତ ଅତିଥି ଭାବରେ ଆକ୍ସନ ଏଡ଼ର ଜ଼ିଲ୍ଲା ବାଲ୍ୟ ବିବାହ ସଂଯୋଜିକା ସୁମିତା ରାଣୀ ଘୋଷ, ପ୍ରଧ୍ୟାପିକା ଲଷ୍ମୀପ୍ରିୟା ନାୟକ ଯୋଗ ଦେଇ ଶିଶୁ ସୁରକ୍ଷା ଅନ୍ତର୍ଗତ ଯୋଜନା ସମୂହ ଓ ବାଲ୍ୟ ବିବାହ ଆଇନ ଉପର ଆଲୋଚନା କରିଥିଲେ ।

ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷାରେ ଛାତ୍ର ଛାତ୍ରୀଙ୍କର ଭୂମିକା ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । ସଖି ୱାନ STOP ସେଣ୍ଟର ପୁରୀର ପ୍ରଶାସିକା ଶ୍ରୀମତୀ ବିଜୟଲକ୍ଷ୍ମୀ ବଡ଼ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦେବସ୍ମିତା ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଶିଶୁ ସୁରକ୍ଷାରେ ବ୍ରତୀ ରହି ନିଜ ଅଂଚଳରେ ଶିଶୁ ମାନଙ୍କର ସୁରକ୍ଷା ଓ ସର୍ବୋତ୍ତମ ସ୍ୱାର୍ଥ ପୂରଣ ଦିଗରେ ଯଥା ସାଧ୍ୟ ପ୍ରୟାଶ କରିବା ସହ ସେମାନଙ୍କ ଅଂଚଳରେ ଶିଶୁ ମାନଙ୍କର ଅଧିକାରର ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ଅତ୍ୟାଚାର ରୋକିବା ନିମନ୍ତେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।