ଆଇନ ସଚେତନା ଶିବିର ଅନୁଷ୍ଠିତ

0

( ତାରାକାନ୍ତ ନାୟକ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୋଠପଦା ରଘୁନାଥଜୀଉ ନୋଡାଲ ବିଦ୍ୟାଳୟ ପରିସରରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ୍ ସେବା କମିଟି ଓ ସାଲେପୁର ଓକିଲ ସଂଘ ପକ୍ଷରୁ ଏହି ଶିବିର ଆୟୋଜନ କରାଯିବା ସହ କିପରି ଗ୍ରାମାଞ୍ଚଳ ଲୋକମାନେ ସୁବିଧାସୁଯୋଗ ପାଇପାରିବେ ଏହା ଉପରେ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏହାଛଡା ସର୍ପ କାମୁଡା ଏବଂ ବଜ୍ରପାତ ରେ ନିଜକୁ ଓ ନିଜ ପରିବାର କୁ କିପରି ସୁରକ୍ଷା ଦିଆଯାଇପାରିବ ଏହାଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଆଇନ ସଚେତନତା ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ର ଯୋଗ ଦେଇ ଥିବା ବେଳେ ସିଭିଲ ଜଜ୍ ପୃୃୃୃୃଥିରାଜ ପ୍ରଧାନ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୈଳାସ ଚନ୍ଦ୍ର ସାହୁ ସାଲେପୁର ସିଡିପିଓ ପ୍ରଦୁମ୍ନ କୁମାର ଜେନା ସମେତ ବହୁ ଜନସାଧାରଣ ଯୋଗଦେଇ ଥିଲେ ।