ସଲୁ-ସୋନାକ୍ଷୀଙ୍କ ନିର୍ବନ୍ଧ!

0

ମୁମ୍ବାଇ-ବିବାହ କରିବାକୁ ଯାଉଛନ୍ତି ଦବଙ୍ଗ ଖାନ୍ । ଜଣାଶୁଣା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଭାଇଜାନ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡଆରେ ସଲମାନ୍ ଖାନଙ୍କ ବର ବେଶ ଏବଂ ସୋନାକ୍ଷୀ ସିହ୍ନା ଦୁଲହନ ବେଶରେ ସଜେଇ ହୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସଲମାନ୍ ଖାନ୍ ଫ୍ୟାନ୍ ଓ ସୋନାକ୍ଷୀଙ୍କ ଫ୍ୟାନଙ୍କ ମନରେ ଦ୍ୱନ୍ଦ । ସତରେ କଣ ବିବାହ କରିଛନ୍ତି ଦବଙ୍ଗ ହିରୋ ? ଏହି ଚିତ୍ରରେ ସଲମାନ୍ ସୋନାକ୍ଷୀଙ୍କ ଆଙ୍ଗୁଠିରେ ଏକ ରିଙ୍ଗ ପିନ୍ଧାଇ ଦେଉଛନ୍ତି । ପରେ କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ, ଚିତ୍ରଟି ଫଟୋଗ୍ରାଫ୍ ପାଇଁ ସୁଟ୍ ହୋଇଥିଲା । । ବର୍ତ୍ତମାନ ସଲମନ ଏବଂ ସୋନାକ୍ଷୀ ଦବଙ୍ଗ ଫିଲିମ୍ ସିରିଜରେ ଟୋର୍ରେ ଏକାଠି କାମ କରୁଥିବା ନଜରକୁ ଆସିଛି । କେତେକ ଆକାଉଣ୍ଟରେ ଏହି ପୋଷ୍ଟକୁ ବହୁ ଭାବରେ ସେୟାର କରାଯାଇଥିଲା । ସୋନାକ୍ଷୀ ସିହ୍ନା ଏହାର ଦୁଇଟି ସିନ୍ରେ ଅଭିନୟ କରିବେ । ପୂର୍ବରୁ ୨୦୧୦ ଚଳଚ୍ଚିତ୍ର ଦବଙ୍ଗରେ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଭୟଙ୍କର କମେଡି କାକୁଦାରେ ଦେଖିବାକୁ ମିଳିବ । ଯେଉଁଥରେ ରିତିଶ ଦେଶମୁଖ ଏବଂ ସାକିବ ସଲିମ ମଧ୍ୟ ଅଭିନୟ କରିବେ ।