ସଲମାନ ଖାନଙ୍କୁ ଆର୍ମ ଲାଇସେନ୍ସ ପ୍ରଦାନ କଲା ମୁମ୍ବାଇ ପୋଲିସ

0

ମୁମ୍ବାଇ:ସଲମାନ ଖାନଙ୍କୁ  ହତ୍ୟା ଧମକ ଆସିବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କୁ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି ।ନିଜର ଆତ୍ମରକ୍ଷା କରିବା ପାଇଁ ଏହି ଲାଇସେନ୍ସ ଦେଖାଇ ଅସ୍ତ୍ର କିଣି ପାରିବେ ।ତେବେ ଗତ ମେ ୨୯ରେ ପଞାବର ଗାୟକ ସିଦ୍ଧୁ ମେସେୱାଲାଙ୍କୁ ହତ୍ୟା କରିସାରିବା ପରେ ସଲମା ଓ ତାଙ୍କ ପିତାଙ୍କୁ ହତ୍ୟା ଧମକ ମିଳିଥିଲା ।

ଏହି ହତ୍ୟା ମାମଲାରେ ଲରେନ୍ସ୍ ବିଷ୍ଣୋଇଙ୍କ ଗ୍ୟାଙ୍ଗର ନାମ ଆସିଥିଲା। ଲରେନ୍ସ୍ ବିଷ୍ଣୋଇଙ୍କ ଏବେ ମଧ୍ୟ ଜେଲରେ ଅଛନ୍ତି, କିନ୍ତୁ କୃଷ୍ଣସାର ମୃଗ ଶିକାର ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ସେ ସଲମାନ ଖାନଙ୍କୁ ଧମକ ଦେଇଥିଲେ। କାରଣ ଏହି ମାଲାରେ ସଲମାନ ଖାନ ଥିଲେ ଅନ୍ୟତମ ଅଭିଯୁକ୍ତ। ଏହି ପରିସ୍ଥିତି ମଧ୍ୟରେ ଅଭିନେତା ଅତୀତରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହା ବର୍ତ୍ତମାନ ମୁମ୍ବାଇ ପୋଲିସ ଦ୍ୱାରା ଗ୍ରହଣ କରାଯାଇଛି । କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍ସ୍’ରେ ଉଲ୍ଲେଖ କରାଯାଇନାହିଁ।