ଲଗାତାର ହୁ ହୁ ହୋଇ ଜଳୁଛି ସମାକୋଇ ଜଙ୍ଗଲ

ହୁତୁ ହୁତୁ ହୋଇ ଜଳୁଛି ସମାକୋଇ ସଂରକ୍ଷିତ ଜଙ୍ଗଲ

0

(ତେଲକୋଇ) : ହୁତୁ ହୁତୁ ହୋଇ ଜଳୁଛି ସମାକୋଇ ସଂରକ୍ଷିତ ଜଙ୍ଗଲ। କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ନିକଟ ମାଙ୍କଡଚୁଆ ଓ କରଦାଙ୍ଗି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ବଢିବାରେ ଲାଗୁଛି।

ସୂଚନାନୁଯାୟୀ ,ନିଆଁକୁ ଆୟତ୍ତ କରିବା ପାଇଁ ବନକର୍ମଚାରୀ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ତେଲକୋଇ ରେଞ୍ଜର ୪୫ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ସମ୍ଭବ ହେଉନଥିବା ସ୍ପଷ୍ଟ ହୋଇଛି ।